ETV Bharat / state

ପୋଲିସ ଆଖିରେ ଧୂଳି ଦେଇ ମାଫିଆ ଫେରାର, ବିପୁଳ ପରିମାଣର ମଦ ଜବତ

author img

By

Published : Jul 12, 2021, 10:33 AM IST

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଢ଼ିଅ ସାହି ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ କରିଛି ଜଗତସିଂହପୁର ପୋଲିସ । ହେଲେ ଚୋରା ମଦ ବ୍ୟବସାୟ କରୁଥିବା ପୀତବାସ ଖଟୁଆ ପୋଲିସ ଆଖିରେ ଧୂଳିଦେଇ ଖସି ପଳାଇ ଯାଇଥିବା କୁହାଯାଇଛି । ଅଧିକ ପଢନ୍ତୁ...

ପୋଲିସ ଆଖିରେ ଧୂଳିଦେଇ ମଦ ମାଫିଆ ଫେରାର, ବିପୁଳ ପରିମାଣର ମଦ ଜବତ
ପୋଲିସ ଆଖିରେ ଧୂଳିଦେଇ ମଦ ମାଫିଆ ଫେରାର, ବିପୁଳ ପରିମାଣର ମଦ ଜବତ

ଜଗତସିଂହପୁର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ କାରବାର । ଅବକାରୀ ବିଭାଗ ଓ ପୋଲିସ ଆଖିରେ ଧୂଳି ଦେଇ ମଦ ମାଫିଆମାନେ ଚୋରାରେ ମଦ ଆଣି କାରବାର ଚଳାଇଛନ୍ତି । ଏପଟେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଢ଼ିଅ ସାହି ଅଞ୍ଚଳରୁ ଜଗତସିଂହପୁର ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି।

ପୋଲିସ ଆଖିରେ ଧୂଳିଦେଇ ମଦ ମାଫିଆ ଫେରାର, ବିପୁଳ ପରିମାଣର ମଦ ଜବତ

ଏକ ନିଛାଟିଆ ସ୍ଥାନରେ ପୀତବାସ ଖଟୁଆ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସେଠାରେ ମଦବିକ୍ରି କରୁଥିବା ଅଭିଯୋଗ ହୋଇଆସୁଥିଲା । ଏନେଇ ଖବର ପାଇ ଗତକାଲି(ରବିବାର) ଜଗତସିଂହପୁର ପୋଲିସ ଅତର୍କିତ ଚଢ଼ାଉ କରିଥିଲା, ହେଲେ ଚୋରା ମଦ ବ୍ୟବସାୟ କରୁଥିବା ପୀତବାସ ଖଟୁଆ ପୋଲିସ ଆଖିରେ ଧୂଳିଦେଇ ଖସି ପଳାଇ ଯାଇଥିବା କୁହାଯାଇଛି।

ତେବେ ପୋଲିସ ତାହାର ସହଯୋଗୀ ବୌଦ୍ଧ ଜିଲ୍ଲା ବଢି ଗାଁ ଅଞ୍ଚଳର ଚିକୁନ ସ୍ବାଇଁକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ପୀତବାସ ଖଟୁଆକୁ ଧରିବା ପାଇଁ ଏନେଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.