ETV Bharat / state

ପାରାଦ୍ୱୀପ ମାଛଧରା ବନ୍ଦରରୁ ଯୁବକଙ୍କ ଗଳିତ ମୃତଦେହ ଠାବ

author img

By ETV Bharat Odisha Team

Published : Sep 29, 2023, 9:49 AM IST

Updated : Sep 29, 2023, 2:21 PM IST

ପାରାଦ୍ୱୀପ ମାଛଧରା ବନ୍ଦରରୁ ଯୁବକଙ୍କ ଗଳିତ ମୃତଦେହ ଠାବ
ପାରାଦ୍ୱୀପ ମାଛଧରା ବନ୍ଦରରୁ ଯୁବକଙ୍କ ଗଳିତ ମୃତଦେହ ଠାବ

ପାରାଦ୍ୱୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦର ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଠାବ । ମୃତଦେହଟି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ହେମନ୍ତ ମଳିକଙ୍କ ହୋଇଥିବା ବେଳେ ମାଛଧରା ଜେଠି ଭିତରକୁ ଯୁବକଙ୍କ ମୃତଦେହ କିପରି ଆସିଲା ସେନେଇ ପାରାଦ୍ୱୀପ ପୋଲିସର ତଦନ୍ତ ଜାରି ରହିଛି । ତେବେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ମାଛଧରା ବନ୍ଦରରୁ ଯୁବକଙ୍କ ଗଳିତ ମୃତଦେହ ଠାବ

ଜଗତସିଂହପୁର: ପାରାଦ୍ୱୀପ ନେହୁରୁ ବଙ୍ଗଳା ମାଛଧରା ବନ୍ଦର ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଠାବ । ମୃତଦେହଟି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ହେମନ୍ତ ମଳିକଙ୍କ ହୋଇଥିବା ବେଳେ ମାଛଧରା ଜେଠି ଭିତରକୁ ଯୁବକଙ୍କ ମୃତଦେହ କିପରି ଆସିଲା ସେନେଇ ପାରାଦ୍ୱୀପ ପୋଲିସର ତଦନ୍ତ ଜାରି ରହିଛି । ତେବେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଅଜାଙ୍କ ଦଶାହରେ ଗାଧୋଇବାବେଳେ ଖସିଗଲା ଗୋଡ, ଚାଲିଗଲା 2ନାତିଙ୍କ ଜୀବନ

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନେହୁରୁ ବଙ୍ଗଳା ମାଛଧରା ବନ୍ଦର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ନେହେରୁ ବଙ୍ଗଳାର ଏହି ମାଛଧରା ଜେଠି ଭିତରକୁ ଯୁବକଙ୍କ ଶବ କିପରି ଆସିଲା ତାକୁ ନେଇ ପାରାଦ୍ୱୀପ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନୂଆଙ୍କ ଅଞ୍ଚଳର ହେମନ୍ତ ମଳିକ ନାମକ ଜଣେ ଯୁବକ ପାରାଦ୍ୱୀପରେ ମମତା ମହିମା ନାମକ ଏକ ବୋଟରେ କାମ କରୁଥିଲେ । ସେ ଗତ 22 ତାରିଖ ଦିନ ସମୁଦ୍ରରୁ ମାଛମାରି ଫେରିବା ପରେ ନିଖୋଜ ହୋଇ ଯାଇଥିଲେ । ବହୁ ଖୋଜାଖୋଜି ପରେ ହେମନ୍ତ ନମିଳିବା ପରେ ବୋଟ ମାଲିକ ଥାନାରେ ଏନେଇ ଅଭିଯୋଗ କରିବା ସହିତ ହେମନ୍ତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ମଧ୍ୟ ପାରାଦ୍ୱୀପରେ ହେମନ୍ତଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ହେମନ୍ତଙ୍କ ପତ୍ତା ମିଳିନଥିଲା ।

ଏହାମଧ୍ୟ ପଢନ୍ତୁ.. ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ବାପ-ଝିଅ ମୃତ

ତେବେ ଗୁରୁବାର ସନ୍ଧ୍ୟା ସମୟରେ ନେହେରୁ ବଙ୍ଗଳା ସ୍ଥିତ ମାଛଧରା ବନ୍ଦରରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହଟି ହେମନ୍ତ ମଳିକଙ୍କ ହୋଇଥିବା ପରିବାର ଲୋକେ ଚିହ୍ନଟ କରିଛନ୍ତି । ତେବେ ହେମନ୍ତ ମଳିକଙ୍କ ମୃତଦେହ ମାଛଧରା ବନ୍ଦରକୁ କିପରି ଆସିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କେହି ହେମନ୍ତଙ୍କୁ ଅପହରଣ କରି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଛେଦ ପାଇଁ କୁଜଙ୍ଗ ହସ୍ପିଟାଲକୁ ପଠା ଯାଇଥିବା ବେଳେ ପରିବାର ଓ ହେମନ୍ତ କାମ କରୁଥିବା ବୋଟ ମାଲିକଙ୍କୁ ପଚରା ଉଚାର କରିଛି ପୋଲିସ ।

ଏହାମଧ୍ୟ ପଢନ୍ତୁ.. ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଇଟିଭି ଭାରତ. ଜଗତସିଂହପୁର

Last Updated :Sep 29, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.