ରଘୁନାଥପୁର ବ୍ଳକ ମହାଦୁର୍ନୀତିର ଅଭିଯୁକ୍ତଙ୍କୁ ଗିରଫ ଦାବି କଲା କଂଗ୍ରେସ

author img

By

Published : Dec 6, 2022, 11:16 AM IST

ରଘୁନାଥପୁର ବ୍ଳକ ମହାଦୁର୍ନୀତିର ଅଭିଯୁକ୍ତଙ୍କୁ ଗିରଫ ଦାବି କଲା କଂଗ୍ରେସ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ମହାଦୁର୍ନୀତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି ରଘୁନାଥପୁର ବ୍ଲକ କଂଗ୍ରେସ । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲା ରଘୁନାଥପୁର ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ହୋଇଥିବା ମହାଦୁର୍ନୀତି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ଆମ ଗାଁ ଆମ ବିକାଶ ଯୋଜନାରେ 1କୋଟି 62 ଲକ୍ଷ ଟଙ୍କାର ଠକେଇ ଘଟଣାରେ ରଘୁନାଥପୁର ପୋଲିସ ଜଣେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ରଘୁନାଥପୁର ବ୍ଲକ କଂଗ୍ରେସ । ଦଳ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ମୁଖପାତ୍ର ହିମାଂଶୁ ମଲ୍ଲିକ ଓ ଅନ୍ୟ କର୍ମକର୍ତ୍ତା ଏହି ଦାବି କରିଛନ୍ତି ।

ରଘୁନାଥପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ''କୋଟି କୋଟି ଟଙ୍କାର ଯେଉଁ ଦୁର୍ନୀତି ହେଉଛି ଏଥିରେ ଜଣେ ବିଜେଡି ନେତା ସମ୍ପୃକ୍ତ ଅଛନ୍ତି । ପୋଲିସ ତାଙ୍କୁ କ'ଣ ପାଇଁ ତଦନ୍ତ ପରିସରଭୁକ୍ତ କରୁନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରଘୁନାଥପୁର ବ୍ଲକରେ ଖୁଲମ ଖୋଲା 12ରୁ 15 ପ୍ରତିଶତ ପିସି ମଗା ଯାଉଛି।'' ଏହି ବ୍ଲକରେ ଯେତେ ସବୁ ଦୁର୍ନୀତି ହେଉଛି ଏହାର ଅଧିକାଂଶ ଭାଗ ଜଣେ ବିଜେଡି ନେତାଙ୍କ ପକେଟକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ପ୍ରେମିକାର ଲାଗିଥିଲା ଅନ୍ୟତ୍ର ବାହାଘର, ସହିନପାରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ସେ ଦାବି କରିଛନ୍ତି ଯେ ଦୁର୍ନୀତିରେ ସମ୍ପୃକ୍ତ ପୂର୍ବତନ ବିଡ଼ିଓ ପଞ୍ଚାନନ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସରସ୍ବତୀ ମୁଦୁଲି ଓ ଇନ୍ଦ୍ର ତନାୟା ସାମଲକୁ ତୁରନ୍ତ ଗିରଫ କରାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ, ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ବର ପଣ୍ଡା, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ମନ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.