ETV Bharat / state

ଦଳିତ ମହିଳାଙ୍କୁ ଆକ୍ରମଣ, ନିରବଦ୍ରଷ୍ଟା ସାଜିଛି ପୋଲିସ

author img

By

Published : Aug 16, 2021, 10:42 PM IST

ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ଼, ଅଭିଯୁକ୍ତକୁ ଥାନାକୁ ନେଇ ଛାଡି ଦେଲା ପୋଲିସ । ଅଧିକ ପଢନ୍ତୁ...

ଦଳିତ ମହିଳାଙ୍କୁ ଆକ୍ରମଣ, ନିରବଦ୍ରଷ୍ଟା ସାଜିଛି ପୋଲିସ
ଦଳିତ ମହିଳାଙ୍କୁ ଆକ୍ରମଣ, ନିରବଦ୍ରଷ୍ଟା ସାଜିଛି ପୋଲିସ

ଜଗତସିଂହପୁର: ଯୁବକ ଜଣକ ଆକ୍ରମଣ କରି ମହିଳାଙ୍କୁ କଲେ ଲହୁଲୁହାଣ । ଏଭଳି ଘଟଣା ଦେଖିବାକୁ ମିଳିଛି ସଦରଥାନା ଅନ୍ତର୍ଗତ ରାମ୍ଭାଦେଇପୁର ପଞ୍ଚାୟତ କୁଳମୁଣ୍ଡିଲ ଗ୍ରାମରେ । ପଞ୍ଚେଇ ଭୋଇ ନାମକ ଜଣେ ଦଳିତ ମହିଳାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରିଛି ସେହି ଗ୍ରାମର ଯୁବକ । ସୂଚନାନୁଯାୟୀ ସୁକା ଭୋଇ ନାମକ ଜଣେ ଯୁବକ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି। ତେବେ ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂହପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଦଳିତ ମହିଳାଙ୍କୁ ଆକ୍ରମଣ, ନିରବଦ୍ରଷ୍ଟା ସାଜିଛି ପୋଲିସ

ସୂଚନାନୁସାରେ ମହିଳା ଜଣଙ୍କ ଛେଳି ଚରାଇବାକୁ ଯାଉଥିବାବେଳେ ସେହି ଗ୍ରାମର ଜନୈକ ଯୁବକ ତାଙ୍କ ଠାରୁ ଛେଳିକୁ ଛଡାଇ ନେଇଥିଲା। ତେବେ ମହିଳା ଜଣଙ୍କ ତାଙ୍କ ଘରକୁ ଯାଇ ଛେଳି ଆଣିବା ସମୟରେ, ଏହାକୁ ବିରୋଧ କରିବାରୁ ଯୁବକ ଜଣକ ମହିଳାଙ୍କୁ ଏକ ବାଉଁଶ ସାହାଯ୍ୟରେ ମାଡ଼ ମାରିଥିଲା।

ଘଟଣାସ୍ଥଳରେ ପ୍ରାଣ ବିକଳରେ ମହିଳା ଜଣକ ଦୌଡୁଥିବାବେଳେ ଯୁବକ ଜଣକ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକେ ତରିକୁନ୍ଦ ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମହିଳାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା କରିଥିଲା । ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୋଲିସ ଅଭିଯୁକ୍ତକୁ ଛାଡ଼ି ଦେଇଥିବା ନେଇ ଦେଖିବାକୁ ମିଳିଛି । ଏହାକୁ ନେଇ ଜଗତସିଂହପୁର ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ । ସେପଟେ ଏନେଇ ଥାନାଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.