ETV Bharat / state

ପାରାଦ୍ୱୀପ ପାଇଁ ବିପଦ ଆମୋନିଆ ଗ୍ୟାସ, ଇଫକୋ କାରାଖାନାରେ ହେଲା ମକଡ୍ରିଲ

author img

By

Published : Jan 29, 2023, 6:32 AM IST

ପାରାଦ୍ବୀପ ବିପଦ ଆମୋନିଆ ଗ୍ୟାସ । ଏହି ବିଷାକ୍ତ ଗ୍ୟାସ ଲିକରୁ ରକ୍ଷା ପାଇବା ପାଇଁ ମକଡ୍ରିଲ କରିଛି ଇଫକୋ । ଅଧିକ ପଢନ୍ତୁ

ପାରାଦ୍ୱୀପ ପାଇଁ ବିପଦ ଆମୋନିଆ ଗ୍ୟାସ
ପାରାଦ୍ୱୀପ ପାଇଁ ବିପଦ ଆମୋନିଆ ଗ୍ୟାସ

ପାରାଦ୍ୱୀପ ପାଇଁ ବିପଦ ଆମୋନିଆ ଗ୍ୟାସ

ପାରଦ୍ବୀପ: ପାରାଦ୍ବୀପ ପାଇଁ ବିପଦ ସାଜିଛି ଆମୋନିଆ ଗ୍ୟାସ । ଏହି ଗ୍ୟାସ ଲିକ୍ ଯୋଗୁଁ ବିଗତ ଦିନରେ ଅନେକ ଅଘଟଣ ଘଟିଛି । ତେଣୁ ଆମୋନିଆ ଭଳି ବିଷାକ୍ତ ଗ୍ୟାସ ଲିକ୍ ସମୟରେ କିପରି ଧନଜୀବନ ରକ୍ଷା କରାଯାଇ ପାରିବ ସେନେଇ ପାରାଦ୍ବୀପରେ ଥିବା IFFCO କାରଖାନା ପରିସରରେ ଆଜି ମକ ଡ୍ରିଲ କରାଯାଇଛି । ପାରାଦ୍ବୀପରେ ଦୁଇଟି କମ୍ପାନୀ ନିକଟରେ ବିପୁଳ ପରିମାଣର ଆମୋନିଆ ଗ୍ୟାସ ଗଚ୍ଛିତ ଅଛି । ଯଦି ଏହା ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶେ ତେବେ ବ୍ୟାପକ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି । ଯଦି କେବେ ଏହି ବିଷାକ୍ତ ଗ୍ୟାସ ଲିକ୍ ହୁଏ ତାହାହେଲେ କିଭଳି ଏହାକୁ ଆୟତ୍ତ କରାଯାଇ ପାରିବ ସେନେଇ ଇଫକୋ ଏଭଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛି ।

କମ୍ପାନୀ ପରିସରରେ ଥିବା ଆମୋନିଆ ଗ୍ୟାସ ଲିକ୍‌ ହେଲେ କିପରି ସମସ୍ତେ ନିଜର ଜୀବନ ବଞ୍ଚାଇ ପାରିବେ ସେନେଇ 3ଟି ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସକୁ ନେଇ ମକ୍‌ଡ୍ରିଲ କରାଯାଇଛି । ଘନଘନ ପାଣି ମାଡ଼ କରାଯାଇ କିଭଳି ଆମୋନିଆ ଗ୍ୟାସକୁ ବାୟୁମଣ୍ଡଳରେ ମିଶିବାରୁ ରୋକାଯାଇ ପାରିବ ଏବଂ ଗ୍ୟାସ ସଂସ୍ପର୍ଶରେ ଆସିବା ଯୋଗୁଁ ଅଚେତ ହୋଇଯାଇଥିବା ଲୋକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ତାହା ଅଗ୍ନିଶମ କର୍ମଚାରୀମାନେ ମକ୍‌ଡ୍ରିଲ ମାଧ୍ୟମରେ ଦେଖାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଭାଲେଣ୍ଟାଇନରେ ଛାତ୍ରୀଙ୍କୁ ବୟଫ୍ରେଣ୍ଡ ଧରି କଲେଜ ଆସିବାକୁ ନୋଟିସ

ପ୍ରକାଶଥାଉ କି, ପାରାଦ୍ବୀପର ଦୁଇଟି କମ୍ପାନୀ ପାଖରେ ବିପୁଳ ପରିମାଣର ଆମୋନିଆ ଗ୍ୟାସ ଗଚ୍ଛିତ ଥିବା ବେଳେ ଏକାଧିକ ଛୋଟ ବଡ଼ କମ୍ପାନୀ ଏହି ବିଷାକ୍ତ ଗ୍ୟାସ ବ୍ୟବହାର କରୁଛନ୍ତି । ଭବିଷ୍ୟତରେ ଏହି ଗ୍ୟାସ ଲିକ୍ ହେବାର ସମ୍ଭାବନା ଥିବାରୁ ପାରଦ୍ବୀପବାସୀଙ୍କ ମଧ୍ୟରେ ଏହାକୁ ନେଇ ଭୟ ରହିଛି । ଯଦି କୌଣସି କାରଣବଶତଃ ଆମୋନିଆ ଗ୍ୟାସ ନିର୍ଗତ ହୁଏ ତାହାହେଲେ ସୁରକ୍ଷା ଦୃଷ୍ଟିରୁ କଣ କରାଯିବ ସେନେଇ ଇଫକୋ ପକ୍ଷରୁ ମକ ଡ୍ରିଲ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.