ETV Bharat / state

ପାରାଦ୍ବୀପ ବନ୍ଦରରେ ଜାହାଜରୁ 14 କୋରୋନା ପଜିଟିଭ ଚିହ୍ନଟ

author img

By

Published : Mar 29, 2021, 11:07 AM IST

Updated : Mar 29, 2021, 11:56 AM IST

ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତୁତିକୋରିନ୍ ବନ୍ଦରରୁ କୋଇଲା ଆଣି ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏମଭି-ଏପି କାଏସ୍ ନାମକ ଏକ ଜାହାଜର ୧୪ ଜଣ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...

ବିଦେଶୀ ଜାହାଜରୁ 14 କୋରୋନା ପଜିଟିଭି ଚିହ୍ନଟ
ବିଦେଶୀ ଜାହାଜରୁ 14 କୋରୋନା ପଜିଟିଭି ଚିହ୍ନଟ

ଜଗତସିଂହପୁର: ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତୁତିକୋରିନ୍ ବନ୍ଦରରୁ କୋଇଲା ଆଣି ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏମଭି-ଏପି କାଏସ୍ ନାମକ ଏକ ଜାହାଜର ୧୪ ଜଣ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଉକ୍ତ ଜାହାଜରେ ୨୪ ଜଣ ସଦସ୍ୟ ଆସିଥିବା ବେଳେ ୧୪ ଜଣଙ୍କ ଠାରେ କୋରୋନା ଲକ୍ଷଣ ଦେଖା ଦେଇଥିଲା ।

ବିଦେଶୀ ଜାହାଜରୁ 14 କୋରୋନା ପଜିଟିଭି ଚିହ୍ନଟ

ତୁତିକୋରିନ୍ ବନ୍ଦର ପକ୍ଷରୁ ଉକ୍ତ ୧୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତୁତିକୋରିନ୍ ବନ୍ଦର ପକ୍ଷରୁ ପାରାଦ୍ଵୀପ ବନ୍ଦରକୁ ସୂଚନା ଦିଆଯାଇଥିଲା । ଫଳରେ ପାରାଦ୍ଵୀପ ବନ୍ଦର ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ଵାରା ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାହାଜକୁ ପାରାଦୀପ ବନ୍ଦର ପକ୍ଷରୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ପରେ ଆଙ୍କରେଜ ଏରିଆକୁ ପଠାଇ ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Mar 29, 2021, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.