ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ବ୍ରହ୍ମପୁରରୁ ଗୁଜୁରାଟ ବାହାରିବ ସ୍ବତନ୍ତ୍ର ଟ୍ରେନ

author img

By

Published : Oct 26, 2021, 5:17 PM IST

ନଭେମ୍ବରରେ ବ୍ରହ୍ମପୁରରୁ ଗୁଜୁରାଟ ଅଭିମୁଖେ ବାହାରିବ ପର୍ଯ୍ୟଟକ ସ୍ବତନ୍ତ୍ର ଟ୍ରେନ
ନଭେମ୍ବରରେ ବ୍ରହ୍ମପୁରରୁ ଗୁଜୁରାଟ ଅଭିମୁଖେ ବାହାରିବ ପର୍ଯ୍ୟଟକ ସ୍ବତନ୍ତ୍ର ଟ୍ରେନ

ନଭେମ୍ବର ମାସରେ ଗୁଜୁରାଟର ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିକ୍ରମା କରିବ ପର୍ଯ୍ୟଟକ ସ୍ବତନ୍ତ୍ର ଟ୍ରେନ । ସୂଚନା ଦେଲା ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଆସନ୍ତା ନଭେମ୍ବର ମାସରେ ଗୁଜୁରାଟର ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିକ୍ରମା କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) । ଏଥିପାଇଁ ନଭେମ୍ବର ୨୮ ତାରିଖରେ ଏହି ସ୍ବତନ୍ତ୍ର ଟ୍ରେନ ବ୍ରହ୍ମପୁର ରେଳ ଷ୍ଟେସନରୁ ବାହାରି ଖୋର୍ଦ୍ଧା, ଭୁବନେଶ୍ବର, କଟକ, ତାଳଚେର ରୋଡ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା ଭଳି ବିଭିନ୍ନ ଷ୍ଟେସନରେ ଅଟକିବା ସହ ସହ ସେଠାକାର ଯାତ୍ରୀଙ୍କୁ ନେଇ ଗୁଜୁରାଟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଅଭିମୁଖେ ଯାତ୍ରା କରିବ ।

ଏ ନେଇ ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ IRCTC ର ଆଞ୍ଚଳିକ ବରିଷ୍ଠ ଅଧିକାରୀ ଡ.କ୍ରାନ୍ତି ପି ସାବରକର ସୂଚନା ଦେଇଛନ୍ତି । ଏହି ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ ପ୍ରଥମେ ସୋମନାଥରେ ପହଞ୍ଚିବା ସହ ଯାତ୍ରୀମାନେ ଜ୍ୟୋର୍ତିଲିଙ୍ଗର ଦର୍ଶନ କରିବେ । ପରେ ଦ୍ବାରିକା ସହିତ ନାଗେଶ୍ବର ଜ୍ୟୋର୍ତିଲିଙ୍ଗ, ଶ୍ରୀକ୍ରିଷ୍ଣା ମନ୍ଦିର ଭେଟ ଦ୍ବାରିକା ସହିତ ଅହମ୍ମଦାବାଦାର ଅକ୍ଷରଧାମ ମନ୍ଦିର ଏବଂ ସାବରମତି ଆଶ୍ରମ ସହିତ ବିଶ୍ବର ସବୁଠାରୁ ବୃହତ୍ତମ ମୂର୍ତ୍ତି STATUE OF UNITY ପରିକ୍ରମା କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରିଛି IRCTC ।

ଏହି ପର୍ଯ୍ୟଟନ ସ୍ବତନ୍ତ୍ର ଯାତ୍ରା ପାଇଁ IRCTC ପକ୍ଷରୁ ୨ ପ୍ରକାର ଦର ଧାର୍ଯ୍ୟ କରାଯାଇ ଥିବାବେଳେ କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.