ETV Bharat / state

ଦିନରେ ସୂର୍ଯ୍ୟକିରଣ ଭରସା, ରାତିରେ ନିଆଁ; ଜଙ୍ଗଲ-ପାହାଡ-ମକା ଚାଷରେ ସୀମିତ ଆଦିବାସୀଙ୍କ ଜୀବନ

author img

By ETV Bharat Odisha Team

Published : Dec 29, 2023, 9:24 PM IST

Updated : Dec 29, 2023, 9:54 PM IST

Electricity Problem In Dikili: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଡିକିଲି ଗ୍ରାମକୁ ସାତସପନ ବିଦ୍ୟୁତ୍ ଆଲୋକ । ଜଙ୍ଗଲ, ପହାଡ ଏବଂ ମକା ଚାଷରେ ସୀମିତ ଡିକିଲି ଗ୍ରାମାବାସୀଙ୍କ ଜୀବନ । ସତେ ଯେମିତି ଫେଲ ମାରିଛି ଆମ ଗାଁ ଆମ ବିକାଶ ଯୋଜନା ଏବଂ ଆମ ଓଡିଶା ନବୀନ ଓଡିଶା। ଦେଖନ୍ତୁ ଏହି ରିପୋର୍ଟ

Electricity Problem In Dikili
Electricity Problem In Dikili

ଡିକିଲି ଗ୍ରାମରେ ବାଟ ଉଣ୍ଡିଛି ବିକାଶ

ବ୍ରହ୍ମପୁର: ଚାରିଆଡେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ । ଏହାରି ମଧ୍ୟରେ କାହିଁ କେଉଁକାଳରୁ ରହିଯାଇଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ଖମ୍ୱାରି ଗାଁ ପଞ୍ଚାୟତ ଅନ୍ତର୍ଗତ ଡିକିଲି ଗ୍ରାମ। ପାହଡଘେରା ମଧ୍ୟରେ ରହିଯାଇଥିବା ଏହି ଗ୍ରାମରେ ଏବେବି ସାତ ସପନ ସରକାରଙ୍କ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା । ସ୍ବାଧୀନତାକୁ 75 ବର୍ଷ ପୁରି ଯାଇଥିଲେ ସୁଦ୍ଧା ଆଜି ମଧ୍ୟ ପରାଧୀନ ହୋଇ ଜୀବନ କାଟୁଛନ୍ତୁ ଡିକିଲି ଗ୍ରାମବାସୀ। ବଣଜଙ୍ଗଲ ଘେରରେ ରହିଥିବା ଏହି ଗ୍ରାମକୁ ଖଣ୍ଡିଏ ରାସ୍ତା ଛାଡି ଦେଲେ ଆଉ କୌଣସି ପ୍ରକାର ମୌଳିକ ସୁବିଧା ନାହିଁ। ଜଙ୍ଗଲ, ପହାଡ ଏବଂ ମକା ଚାଷରେ ସୀମିତ ଡିକିଲି ଗ୍ରାମାବାସୀଙ୍କ ଜୀବନ ।

ସୋଲାର ସଂଯୋଗ ପରେ ବି ଅଚଳ: ଦୀର୍ଘ ବର୍ଷ ଧରି ରାତ୍ରର ଅନ୍ଧକାର ମଧ୍ୟରେ ଜୀବନ ବିତାଉଥିବା ଗ୍ରାମବାସୀଙ୍କୁ ଅନେକ ଦାବି ପରେ କେତେକ ଘର ସମୁଖରେ ସୋଲାର ପ୍ୟାନେଲ୍ ସଂଯୋଗ କରାଯାଇଥିଲା । ହେଲେ ତାହା ରକ୍ଷଣାବେକ୍ଷଣା ଅଭାବରୁ କିଛି ଦିନ ପରେ ଅଚଳ ହୋଇଯାଇଛି । ଯାହାକି ରାତ୍ର ସମୟରେ ନିଜ ଘର ମଧ୍ୟରେ ଦୀପ ଦଳାଇ ରହି ଆସୁଛନ୍ତି ଗ୍ରାମବାସୀ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଡିକିଲି ଗ୍ରାମକୁ ସରକାରଙ୍କ ବିଦ୍ୟୁତ୍ ଆଲୋକ ପହଞ୍ଚିନପାରି ସାତସପନ ରହିଥିବା ଯୋଗୁଁ ଏହାକୁ ପୂରଣ କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମର ବ୍ୟକ୍ତିବିଶେଷ। ଗ୍ରାମର ନିକଟରେ ପାହାଡ ଜଙ୍ଗଲ ଘେରା ଅଞ୍ଚଳ ରହିଥିବା ଯୋଗୁଁ ଗୋଟିଏ ପଟେ ବନ୍ୟପଶୁ ଭୟ ସେପେଟେ ବିଦ୍ୟୁତ ଆଲୋକ ନଥିବା ଯୋଗୁଁ ବିଭିନ୍ନ ସମୟରେ କାଠ ଜାଳି ରହୁଛନ୍ତି ଏହି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ: କେବେ କାର୍ଯ୍ୟକ୍ଷମ ହେବ ଗୋପାଳପୁର ଇକୋ ରିଟ୍ରିଟ୍ ହବ୍, ଭୁଲିଗଲା କି ପ୍ରଶାସନ ?

ରାତିରେ ଠପ୍ ପାଠପଢା: ଡିକିଲି ଗ୍ରାମରେ 30 ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ନାଁ ଅଛି ପାନୀୟ ଜଳ ସୁବିଧା ନାଁ ବିଜୁଳି ଆଲୁଅ।ବର୍ଷା ହେଲେ ପାଣି ଘେରରେ ରହୁଥିବା ବେଳେ ସ୍ବାସ୍ଥ୍ୟ ସେବା ପାଇଁ ଯିବାକୁ ପଡୁଛି ମାଇଲ ମାଇଲ ରାସ୍ତା। ଗ୍ରାମର ଚତୁଃପାର୍ଶ୍ବ ଗଜପତି ଜିଲ୍ଲାରେ ଯାଉଥିବା ବେଳେ ଡିକିଲି ଗ୍ରାମ କେବଳ ଗଞ୍ଜାମରେ ରହିଛି। ନିକଟରେ ରହିଥିବା ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ଏଠାକାର ଶିଶୁମାନେ ଦିନରେ କେବଳ ବିଦ୍ୟାର୍ଥୀ ପାଠ ପଢୁଥିବା ବେଳେ ସନ୍ଧ୍ୟା ଗଡିଲେ ସେତକ ବି ସମ୍ଭବ ହେଉ ନାହିଁ। ଅନ୍ୟପେଟ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ତେବେ ସବୁଠାରୁ ବିଡମ୍ବନାର ବିଷୟ ଗ୍ରାମକୁ ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ସରକାରୀ ଅଧିକାରୀଙ୍କ ପାଦ ପଡିନି । ସତେ ଯେମିତି ଫାଇଲ ତଳେ ଚାପି ହେଲା ଭଳି ସରକାରଙ୍କ ନଜର ଆଢୁଆଳରେ ଚାପି ହୋଇଯାଇଛି ଗ୍ରାମ।

ବ୍ରହ୍ମପୁର ସାସଂଦଙ୍କ ପ୍ରତିକ୍ରିୟା: ଏନେଇ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁଙ୍କ ଦୃଷ୍ଟି ଆକର୍ଷଣ ପରେ ଦଃଖପ୍ରକାଶ କରିଛନ୍ତି। ପଞ୍ଚାୟତ ସ୍ତରରେ ରହିଥିବା ସ୍ଥାନୀୟ ସରପଞ୍ଚ ଏବଂ ନିର୍ବାଚିତ ପ୍ରତିନିଧିମାନେ ଏଭଳି ବିଷୟକୁ ସ୍ଥାନୀୟ ବିଧାୟକ କିମ୍ୱା ସାଂସଦଙ୍କର ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରିବା କଥା ବୋଲି କହିଛନ୍ତି। କିନ୍ତୁ ଅଦ୍ୟାବଧି ତାହା ହୋଇପାରିନଥିବା ଯୋଗୁଁ ଏହାକୁ ସରକାର ଗୁରୁତ୍ୱର ସହ ବିଚାର କରି ତାହାକୁ ପୂରଣ କରାଯିବ ବୋଲି କହିଛନ୍ତି ସାଂସଦ।

ସମୀର ଆଚାର୍ଯ୍ୟ, ବ୍ରହ୍ମପୁର

Last Updated : Dec 29, 2023, 9:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.