ETV Bharat / state

ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ହନ୍ତସନ୍ତ ସାଧାରଣ ଯାତ୍ରୀ

author img

By

Published : Mar 15, 2023, 6:12 PM IST

ବ୍ରହ୍ମପୁରରେ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନର ପ୍ରଭାବ
ବ୍ରହ୍ମପୁରରେ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନର ପ୍ରଭାବ

ରାଜ୍ୟ ଡ୍ରାଇଭର ମହାସଙ୍ଘର ଆନ୍ଦୋଳନକୁ ସମର୍ଥନ ଜଣାଇ ବ୍ରହ୍ମପୁରର ସମସ୍ତ ସ୍ଥାନରେ ଗାଡି ଚାଳକ ଓ କର୍ମଚାରୀମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ହୋଇଛନ୍ତି ସାମିଲ । ଯାହାକୁ ନେଇ ହଇରାଣ ହରକତ ହେଉଛନ୍ତି ସାଧାରଣ ଯାତ୍ରୀ । ଏହି ଆନ୍ଦୋଳନର ପ୍ରଭାବ ବ୍ରହ୍ମପୁର ସହରର ନୂତନ ବସଷ୍ଟାଣ୍ଟ ଓ ଜାତୀୟ ରାଜପଥରେ ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରରେ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନର ପ୍ରଭାବ
ବ୍ରହ୍ମପୁରରେ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନର ପ୍ରଭାବ

ବ୍ରହ୍ମପୁର: ବୁଧବାର ସକାଳରୁ ରାଜ୍ୟରେ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଡ୍ରାଇଭର ମହାସଙ୍ଘର କର୍ମକର୍ତ୍ତା । କେଉଁଠି ରାସ୍ତା ଅବରୋଧ ତ ଆଉ କେଉଁଠି ଯାତ୍ରୀଙ୍କୁ ନେଇ ଯାଉଥିବା ଯାନବାହନକୁ ଅଟକାଉଛନ୍ତି ଡ୍ରାଇଭର ମହାସଙ୍ଘର କର୍ମକର୍ତ୍ତା ମାନେ । ଯାହାର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ । ଗାଡି ଚାଳଚଳ ବନ୍ଦ ରହିଥିବାରୁ ବ୍ରହ୍ମପୁର ସହରରେ ରହିଥିବା ନୂତନ ବସଷ୍ଟାଣ୍ଟରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରି ରହିଥିବା ବହୁ ଯାତ୍ରୀ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି । ସେପଟେ ଜାତୀୟ ରାଜପଥରେ ମଧ୍ୟ ଡ୍ରାଇଭର ମହାସଙ୍ଘର ସଦସ୍ୟଙ୍କ ଆନ୍ଦୋଳନ ଜାରି ରହିଛି ।

ବ୍ରହ୍ମପୁର ସହରରୁ ଗଜପତି ଓ କନ୍ଧମାଳ ଠାରୁ ଆରମ୍ଭ କରି ଦକ୍ଷିଣ ଓଡିଶା ଏବଂ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରି ରହିଥିବା ବହୁ ବ୍ୟକ୍ତିବିଶେଷ ଗାଡି ଚଳାଚଳ କରୁନଥିବାରୁ କେତେବେଳେ ନିଜ ଘରେ ପବଞ୍ଚିବେ ସେ ନେଇ ଚିନ୍ତାରେ ରହିଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଜଣେ ବ୍ୟକ୍ତି କିଛି ଦିନର ବ୍ୟବଧାନରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଚିକିତ୍ସା ପାଇଁ ଆସି ପୁଣି ଫେରୁଥିବାରୁ ସେ କିପରି ଫେରିବେ ତାହାକୁ ନେଇ ଚିନ୍ତାରେ ରହିଛନ୍ତି । ରାଜ୍ୟର ଡ୍ରାଇଭର ମହାସଙ୍ଘ ଏପରି ଆନ୍ଦୋଳନ ଡାକରା ଦେଇଥିବା ବିଷୟ ସେ ଜାଣିନଥିବା କହିଥିବା ବେଳେ ତିରୁପତିରୁ ଦର୍ଶନ କରି ଘରକୁ ଫେରୁଥିବା ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳକୁ ଯିବା ପାଇଁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।

ସେପଟେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନକୁ ଯିବା ପାଇଁ ମଧ୍ୟ ବହୁ ଯାତ୍ରୀ ନୂତନ ବସଷ୍ଟାଣ୍ଟରେ ଅପେକ୍ଷା କରି ରହିଥିବା ବେଳେ କୌଣସି ଯାତ୍ରୀଙ୍କୁ ସକାଳ ସମୟରୁ ଟିକେଟ୍ ବିକ୍ରୀ କରାଯାଉନଥିବା ବେଳେ ଅପରାହ୍ନରେ କୌଣସି ସୂଚନା ଆସିବା ପରେ ହିଁ ଏନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ ଜାରି ରହିଛି । ସମସ୍ତ ସ୍ଥାନରେ ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟର ଗାଡି ଚାଳକ ଓ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ଯାତ୍ରୀଙ୍କ ଉପରେ ଦେଖିବାକୁ ମିଳିଛି । ଯାତ୍ରୀମାନେ ଅନେକ ହଇରାଣ ହରକତ ହେଉଛନ୍ତି । ବ୍ରହ୍ମପୁର ସହରର ନୂତନ ବସଷ୍ଟାଣ୍ଡ ଓ ଜାତୀୟ ରାଜପଥରେ ଏହି ଆନ୍ଦୋଳନର ପ୍ରଭାବ କିପରି ରହିଛି, ସେନେଇ ସିଧାସଳଖ ସେଠାରେ ଉପସ୍ଥିତ ଯାତ୍ରୀ ଓ ଡ୍ରାଇଭର ମହାସଙ୍ଘର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.