ETV Bharat / state

ଚାଲିଥିଲା ବିବାଦ, ସମାଧାନ ପାଇଁ ଆଗେଇ ଆସିଲେ ସରପଞ୍ଚ

author img

By

Published : Jul 11, 2021, 1:03 PM IST

ସବର୍ଣ୍ଣ ଅସବର୍ଣ୍ଣ ବିବାଦ ଯୋଗୁଁ ସରପଞ୍ଚଙ୍କ ସହଯୋଗରେ ପୋଖରୀର ପୁନଃରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲେ ହରିଜନ ସାହିବାସିନ୍ଦା l ଅଧିକ ପଢନ୍ତୁ...

ଲୋକଙ୍କ ସମସ୍ୟା ଦୂର ପାଇଁ ସହଯୋଗର ହାତ ବଢାଇଲେ ସରପଞ୍ଚ
ଲୋକଙ୍କ ସମସ୍ୟା ଦୂର ପାଇଁ ସହଯୋଗର ହାତ ବଢାଇଲେ ସରପଞ୍ଚ

ଭଞ୍ଜନଗର: ସରପଞ୍ଚ ହେବ ତ ଏମିତି । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାରୀ ଅର୍ଥ ନୁହଁ ବରଂ ନିଜ ଅର୍ଜିତ ଅର୍ଥକୁ ଲଗାଇଲେ କାମରେ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଲୁଣୀପଡ଼ା ଶାସନ ପଞ୍ଚାୟତରେ ପୋଖରିରେ ଗାଧୋଇବାକୁ ନେଇ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସରପଞ୍ଚ ବାବୁ ।

ଲୋକଙ୍କ ସମସ୍ୟା ଦୂର ପାଇଁ ସହଯୋଗର ହାତ ବଢାଇଲେ ସରପଞ୍ଚ

ପଞ୍ଚାୟତର ହରିଜନ ସାହିରେ ବସବାସ କରନ୍ତି ତିରିଶି ପରିବାର, ହେଲେ ପଞ୍ଚାୟତରେ ଥିବା ବଡବନ୍ଧରେ ସେମାନଙ୍କୁ ଗାଧୋଇବାକୁ ସବର୍ଣ୍ଣ ଲୋକମାନେ ବାରଣ କରୁଥିଲେ । ଫଳରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ ହୁଏ । ଏନେଇ ଲୁଣୀପଡ଼ା ଶାସନ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇବା ପରେ ତାଙ୍କ ସହଯୋଗରେ ଗ୍ରାମରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ସଫାକରି ତାର ପୁନଃରୁଦ୍ଧାର କରିବାକୁ ଅଣ୍ଟାଭିଡିଛନ୍ତି ସାହିବାସିନ୍ଦା ।

କିନ୍ତୁ ସେହି ପୋଖରୀଟି ଗ୍ରାମର କୋଠରେ ଥିବାରୁ ତାର ପୁନଃରୁଦ୍ଧାର ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ , ପୋଖରୀଟି ଯଦି ପଞ୍ଚାୟତକୁ ହସ୍ତାନ୍ତର ହୋଇଥାନ୍ତା ତାହେଲେ ସରକାରୀ ଅର୍ଥରେ ତାର ପୁନଃରୁଦ୍ଧାର ହୋଇଥାନ୍ତା l ଅନ୍ୟପଟେ ହରିଜନ ସାହି ଲୋକଙ୍କ ସମସ୍ୟାଙ୍କୁ ଦୂର କରିବାକୁ ସ୍ଥାନୀୟ ସରପଞ୍ଚ ନିଜସ୍ବ ପକେଟରୁ କୋଡିଏ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ । ଏହା ପରେ କାମ ଆରମ୍ଭ ହେଲା କିଛି କାମ ହେଲାପରେ ଲୋକଙ୍କ ତାଳମେଳ ଅଭାବରୁ କାମ ଅଧାରେ ଅଟକିଗଲା କିନ୍ତୁ ସରପଞ୍ଚ ପ୍ରତିଶୃତି ଦେଇଛନ୍ତି ଯେ, ଲିଖିତ ଅଭିଯୋଗ ଦିଅ ଆମେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇ ଆପଣଙ୍କ ସମସ୍ୟାର ସମାଧାନ କରିବୁ l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.