ETV Bharat / state

ଭିଜିଲାନ୍ସ ଜାଲରେ RWS&Sର କନିଷ୍ଠ ଯନ୍ତ୍ରୀ; ୫ଟି ସ୍ଥାନରେ ଏକକାଳୀନ ରେଡ୍

author img

By ETV Bharat Odisha Team

Published : Nov 30, 2023, 11:10 AM IST

Updated : Nov 30, 2023, 2:13 PM IST

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଭିଜିଲାନ୍ସ ସ୍କାନରରେ RWS&Sର କନିଷ୍ଠ ଯନ୍ତ୍ରୀ(JE) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘରେ ପଶିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଆଜି(ଗୁରୁବାର) ସକାଳୁ ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ଚଢାଉ କରିଛି । ତାଙ୍କର ଗଞ୍ଜାମ ଜିଲ୍ଲା ଆସିକା ସ୍ଥିତ ପୈତୃକ ବାସଭବନ ସମେତ ୫ଟି ଠିକଣାରେ ରେଡ୍ ହେଉଛି । ଆସିକା, ଭଞ୍ଜନଗର, ବ୍ରହ୍ମପୁର, କଟକ ଓ ଭୁବନେଶ୍ବର ସ୍ଥିତ ଘରେ ଏକକାଳୀନ ରେଡ୍ ଚାଲିଛି । ତେବେ ଏହି ରେଡ୍ ବେଳେ କନିଷ୍ଠ ଯନ୍ତ୍ରୀ କୁଆଡେ ଛୁ' ମାରିଥିବା ନେଇ ସୂଚନା ମିଳିଛି । ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି ।

ସୂଚନା ଅନୁସାରେ, ସୁନୀଲ କୁମାର ପାଢୀ ଭୁବନେଶ୍ବରର ଆର୍.ଡବ୍ଲୁ.ଏସ୍.ଏସ୍ (RWS&S) କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ତାଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଯାହାପରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କର ଆସିକା ବାସଭବନ ସମେତ ୫ଟି ଠିକଣାରେ ଏକକାଳୀନ ରେଡ୍ ଜାରି ରଖିଛି । ଏହି ଚଢାଉରେ ଓଡ଼ିଶା ଭିଜିଲାନ୍ସର ୬ ଜଣ ଡିଏସପି, ୩ ଜଣ ଇନସିପେକ୍ଟର, ୭ ଜଣ ଏ.ଏସ୍.ଆଇ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ବୈପାରୀଗୁଡା IIC, ମିଳୁଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍

ଗଞ୍ଜାମ ଜିଲ୍ଲାର ଆସିକା ସ୍ଥିତ ସୁନାମ୍ବ ସାହିର ପୈତୃକ ବାସଭବନ, ଆସିକା ମାର୍କେଟ କମ୍ପ୍ଲେକ୍ସ, ଭଞ୍ଜନଗରରେ ରହିଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ବରରେ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ଜାଗମରା ସ୍ଥିତ ମଲିକା କମ୍ପ୍ଲେକ୍ସର ପାଢୀ ଭିଲାରେ ଏହି ଚଢାଉ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀଙ୍କ ଘରର ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ପାସବୁକ ସହ ଅନ୍ୟ ଦସ୍ତାବିଜ୍‌ ଛାନଭିନ୍ କରୁଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଏଯାବତ୍ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭିଜିଲାନ୍ସ ଜାଲରେ ରାଜ୍ୟର ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଛନ୍ଦି ହେଉଛନ୍ତି । ଦୁଇ ଦିନ ତଳେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ(IIC) ସୁଶାନ୍ତ କୁମାର ଶତପଥୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ଆର୍‌ଆଇ, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ଏହା ମଧ୍ୟ ପଢନ୍ତୁ: ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ଇଟିଭି ଭାରତ, ବ୍ରହ୍ମପୁର

Last Updated :Nov 30, 2023, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.