ETV Bharat / state

ମହିଳା କମିଶନରେ ତୃତୀୟ ଥର ହାଜର ହେଲେ ଦୀପିକା, ଆସିଲେନି ଦିନେଶ

author img

By

Published : Nov 5, 2022, 10:33 AM IST

ମହିଳା କମିଶନରେ ତୃତୀୟ ଥର ହାଜର ହେଲେ ଦୀପିକା, ଆସିଲେନି ଦିନେଶ
ମହିଳା କମିଶନରେ ତୃତୀୟ ଥର ହାଜର ହେଲେ ଦୀପିକା, ଆସିଲେନି ଦିନେଶ

ତୃତୀୟ ଥର ପାଇଁ ମହିଳା କମିଶନରେ ହାଜର ହେଲେ ଦୀପିକା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଏଥର ବି ଆସିଲେନି ଦିନେଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଦୀନେଶ-ଦୀପିକା ମାମଲା(Brahmapur Deepika-Dinesh Case) । ମହିଳା କମିଶନ ଅଫିସରେ ପୁଣି ହାଜର ହେଲେ ଦୀପିକା । ଶୁକ୍ରବାର ସେ ତୃତୀୟ ଥର ପାଇଁ ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି । ହେଲେ ନୋଟିସ ସତ୍ତ୍ବେ ଏଥର ମଧ୍ୟ ଦିନେଶ ଆସିନାହାନ୍ତି । ଦେହ ଖରାପ ଥିବା ଦର୍ଶାଇ ନିଜ ଓକିଲଙ୍କୁ ପଠାଇଛନ୍ତି । ଦୀନେଶ ଆସିନଥିବାରୁ ଆଲୋଚନା ହୋଇପାରିନାହିଁ ।

ଅନ୍ୟପଟେ ଦିନେଶଙ୍କ ବାରମ୍ବାର ଅନ୍ୟପସ୍ଥିତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା କମିଶନର ଅଧ୍ୟକ୍ଷା ଡ଼ଃ ମିନତି ବେହେରା । ପୂର୍ବରୁ ତାଙ୍କୁ ନୋଟିସ ସତ୍ତ୍ବେ ବି ସେ ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଆସୁନାହାନ୍ତି । ବାରମ୍ବାର ଅନୁପସ୍ଥିତି ଯୋଗୁଁ ଦିନେଶ-ଦୀପିକା ବିବାଦ ଘଟଣାର ସମାଧାନ ଆଜି ବି ଫେଲ ମାରିଛି । ପ୍ରକାଶଥାଉ କି, ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର କେ.ଦୀପିକା ଏବଂ କେ. ଦିନେଶଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ପରେ ଧୋକାରେ ପରିଣତ ହୋଇଥିଲା । ଦୀନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇଥିଲେ । ଏହାପରେ ସ୍ତ୍ରୀର ମାନ୍ୟତା ଓ ଛୁଆକୁ ବାପାର ପରିଚୟ ଦେବାକୁ ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି କେ.ଦୀପିକା ।

ଆଜକୁ ୯୫ ଦିନ ହେଲା ଦୀପିକା ଧାରଣା ଦେଉଛନ୍ତି । ପୁଅକୁ ବାପାର ପରିଚୟ ନମିଳିବା ଯାଏଁ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି । ପୂର୍ବରୁ ଦୁଇ ଥର ଦୀପିକା ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଶୁକ୍ରବାର ତୃତୀୟ ଥର ସେ ହାଜର ହୋଇଥିଲେ ମଧ୍ୟ ଦୀନେଶ ଆସିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.