ରଙ୍ଗେଇଲୁଣ୍ଡାରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

author img

By

Published : Sep 23, 2022, 12:43 PM IST

ବିଜେଡିକର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ

ଗତ ୧୯ ତାରିଖରେ ଜଣେ ସୂଚନା ଅଧିକାରକର୍ମୀକୁ ମାଡ ମରାଯାଇଥିବା ଘଟଣାକୁ ଦୃଢ ନିନ୍ଦା କରିଛି ବିଜେପି । ଏହି ଘଟଣା ସହ ଜଡିତ ଥିବା କର୍ମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛି ଦଳ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ଶାସକ ଦଳର ଗୁଣ୍ଡାରାଜ । ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଜିଲ୍ଲା ଜିଲ୍ଲା ବିଜେପି । ଗତ ୧୯ ତାରିଖ ଦିନ ଜଣେ ସୂଚନା ଅଧିକାରକର୍ମୀକୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଦୃଢ ନିନ୍ଦା କରିଛି ବିଜେପିର କର୍ମକର୍ତ୍ତା ।

ଏହା ମଧ୍ୟ ପଢନ୍ତୁ: ଆକ୍ଟିଭ ମୋଡରେ ବିଧାୟକ ପ୍ରଦୀପ: ବୁଲୁଛନ୍ତି ପଞ୍ଚାୟତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ କରୁଛନ୍ତି ପ୍ରଶଂସା

ବିଜେଡିକର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ

ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ଶାସକ ଦଳର ଗୁଣ୍ଡାରାଜ ବିରୁଦ୍ଧରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପିର କର୍ମକର୍ତ୍ତା । ଗତ ଦୁଇ ଦିନ ତଳେ ଜଣେ ସୂଚନା ଅଧିକାର କର୍ମୀ ବିଶ୍ୱମ୍ୱର ପାତ୍ରଙ୍କୁ ବ୍ଲକ କାର୍ଯ୍ୟାଳଯରେ ମାଡ ମରାଯାଇ ଅପହରଣ କରାଯିବା ଭଳି ଅଭିଯୋଗ ଘଟଣାକୁ ନିନ୍ଦା କରିଛି ଦଳ । ଦଳର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ନେତା କାହ୍ନୁଚରଣ ପତି, ସରୋଜ ସାବତଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦମାନେ ସହରର ଦଳୀୟ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଏହିପରି ଗୁଣ୍ଡାରାଜ ଦ୍ୱାରା ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇ ରହୁଥିବାକୁ ନେଇ ସମାଲୋଚନା କରିଛନ୍ତି ।

ଏହା ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା ଏବଂ ଦଳର ବ୍ଲକ ବିଜେଡି ସଭାପତି ଅଜିତ୍ କୁମାର ଦାଶ ଅପହୃତ ହୋଇଥିବା ସୂଚନା ଅଧିକାର କର୍ମୀଙ୍କୁ ଫୋନ୍ ଯୋଗେ ଧମକ ଦିଆଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କୁ ଫୋନ୍ ଜରିଆରେ କହିଛି ଦଳ । ଏପରିକି ଦୁର୍ନୀତି ବିରୁଦ୍ଧରେ ମୁହିଁ ଖୋଲିଲେ ହତ୍ୟା ଧମକ ମିଳୁଥିବା ଏବଂ ଅନ୍ୟପଟେ ବିଭିନ୍ନ ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଥିବା ଘଟଣାକୁ ଦଳ ପକ୍ଷରୁ ସମାଲୋଚନା କରାଯାଇଛି ।

ଏନେଇ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଜେନା କହିଛନ୍ତି ଯେ, "ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଦିନ ଠାରୁ ଗୋପବନ୍ଧୁ ଦାସ ଦାୟିତ୍ବ ନେଲେ ସେହିଦିନ ଠାରୁ ଗୁଣ୍ଡା, ମାଫିଆଙ୍କ କବଜାରେ ଗୋପାଳପୁର । ଯାହାର ଉଦାହରଣ ସ୍ପଷ୍ଟ ଭାବେ ୧୯ ତାରିଖରେ ହୋଇଥିବା ଘଟଣାରେ ପରିଲକ୍ଷିତ ହୋଇଛି । ସୂଚନା ଅଧିକାରକର୍ମୀକୁ ଉଠାଇ ନେଇ ମାଡ ମାରିଥିଲେ ଏହାସହ ଗୋପବନ୍ଧୁ ଦାସ ଓ ବିଡିଓଙ୍କ ସହ କଥା ହେବା ପାଇଁ ବାଧ୍ୟ କରିଥିଲେ । ଏହି ଘଟଣାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ଧମକ ଦେଇଥିଲେ । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ବିଜେଡିର ଗୁଣ୍ଡାରାଜ । ଦଳ ଏହାକୁ ଦୃଢ ନିନ୍ଦା କରୁଛି । ଏହାସହ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ" ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.