ଆକ୍ଟିଭ ମୋଡରେ ବିଧାୟକ ପ୍ରଦୀପ: ବୁଲୁଛନ୍ତି ପଞ୍ଚାୟତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ କରୁଛନ୍ତି ପ୍ରଶଂସା

author img

By

Published : Sep 19, 2022, 12:18 PM IST

ପୁଣି ସକ୍ରିୟ ଗୋପାଳପୁର ବିଧାୟକ

ରାଜନୀତିରେ ପୁଣି ସକ୍ରିୟ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ(Gopalpur MLA pradeep panigrahi) । ଜେଲରୁ ଫେରିବା ପରେ ନିଜ ନିର୍ବାଚନ ମଣ୍ଡଳୀରେ ବୁଲି ଲୋକଙ୍କ ଦୁଃଖ ବୁଝୁଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମପୁର: ଜେଲରୁ ଫେରିବା ପରେ ବେଶ ସକ୍ରିୟ ହୋଇଉଠିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ(Gopalpur MLA pradeep panigrahi)। ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ପରେ ଗୋଟିଏ ବୁଲିବା ସହ ଲୋକଙ୍କ ଦୁଃଖ ପଚାରି ବୁଝିଛନ୍ତି । ଗତ ଦୁଇ ଦିନ ଧରି ନିଜ ନିର୍ବାଚନ ମଣ୍ଡଳୀର ହୁଗୁଳାପଟା, ଗୁରୁଣ୍ଠି, ମାର୍ଥାପଲ୍ଲୀ ଭଳି ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ଦ୍ବିତୀୟ ଦିନରେ ରଙ୍ଗିପୁର ପଞ୍ଚାୟତର ରାଳବ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ସାମିଲ ହୋଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ପୁଣି ସକ୍ରିୟ ଗୋପାଳପୁର ବିଧାୟକ

ଏହା ମଧ୍ୟ ପଢନ୍ତୁ: ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ବୁଝିଲେ ଲୋକଙ୍କ ଦୁଃଖ

ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ରବିବାର ରାଳବ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ସାମିଲ ହେବାକୁ ନେଇ ବେଶ ଉତ୍ସାହିତ ହୋଇଥିଲେ ସମର୍ଥକ ଏବଂ ଗ୍ରାମବାସୀ । ବିଧାୟକଙ୍କୁ ଜାତୀୟ ରାଜପଥ ହଳଦିଆପଦର କଡରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ରାଳବ ନିଆଯାଇଥିବା ବେଳେ ସେଠାରେ ବିଧାୟକ ଗ୍ରାମବାସୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ପରେ ରାଳବ ଗ୍ରାମରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଆସିଥିବା କେତେକ ଅଭିଯୋଗକୁ ନେଇ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକୁ ସମାଲୋଚନା କରିଥିଲେ ।

ରାଳବ ଗ୍ରାମରେ ବିଧାୟକ କହିଥିଲେ ଯେ, "ରାଜ୍ୟରେ କୋଭିଡ ପରବର୍ତ୍ତୀ ସ୍ଥିତିରେ ଯୁବପୀଢି ମାନସିକ ଭାରସାମ୍ୟ ହରାଇ ଚାପଗ୍ରସ୍ତ ହୋଇ କରୁଥିବା ଆତ୍ମହତ୍ୟା ଘଟଣା ଏକ ଚିନ୍ତାଜନକ ସ୍ଥିତି ରହିଥିବାରୁ ସରକାର ତୁରନ୍ତ ଏ ନେଇ ଯୋଜନାର ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସମୀକ୍ଷା କରିବାର ସମୟ ଆସିଯାଇଛି । ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ଠାରେ 22 କୋଟି ଟଙ୍କା ରାସ୍ତା ନିର୍ମାଣ ପାଇଁ ଦିଆ ଯାଇଥିଲେ ମଧ୍ୟ ଅଦ୍ୟାବଧି ନିର୍ମାଣ ହୋଇ ପାରିନାହିଁ । ଗଞ୍ଜାମ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସହଯୋଗ ମିଳିବା କଥା ତାହା ମିଳିପାରୁନାହିଁ । କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ । "

ଗତ ଶନିବାର ଦିନ ଦୀର୍ଘ ଦିନରୁ ଆସି ପାରିନଥିବାରୁ ହୁଗୁଳାପଟାବାସୀଙ୍କୁ କ୍ଷମାପ୍ରାର୍ଥନା କରିଥିଲେ ବିଧାୟକ । ପଦଯାତ୍ରାରେ ନିଜ ସମର୍ଥକଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁଖଦୁଃଖ ସଂପର୍କରେ ପଚାରି ବୁଝିଥିଲେ । ଲୋକଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ବିଧାୟକ ପ୍ରତିଶୃତି ଦେଇଛନ୍ତି । ହୁଗୁଳାପଟା ପରେ ବିଧାୟକ ମାର୍ଥାପଲ୍ଲୀ ଓ ଗୁରୁଣ୍ଠି ଗସ୍ତ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.