ଦୀପିକାଙ୍କୁ ହଇରାଣ କରୁଛନ୍ତି ଦିନେଶଙ୍କ ପରିବାର, ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

author img

By

Published : Dec 1, 2022, 11:56 AM IST

ଦୀପିକାଙ୍କୁ ହଇରାଣ କରୁଛନ୍ତି ଦିନେଶଙ୍କ ପରିବାର, ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

ଧାରଣାରତ ଦୀପିକାଙ୍କୁ ହଇରାଣ କରୁଛନ୍ତି ଦିନେଶଙ୍କ ପରିବାର । ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି କଲେ ଦୀପିକା । ଅଧିକ ପଢନ୍ତୁ

ବ୍ରହ୍ମପୁର: ବହୁଚର୍ଚ୍ଚିତ ବ୍ରହ୍ମପୁରର ଦିନେଶ ଓ ଦୀପିକା ମାମଲା(Deepika-Dinesh Controversy) । ନିଜ ସନ୍ତାନକୁ ବାପାର ପରିଚୟ ଦେବା ପାଇଁ ମାସ ମାସ ହେଲାଣି ଧାରଣାରେ ବସିଥିବା ଦୀପିକାଙ୍କୁ ଦିନେଶଙ୍କ ପରିବାର ଲୋକେ ନାନା ହଇରାଣ କରୁଛନ୍ତି । ଶୀତ ରାତିରେ ଶ୍ବଶୁର ଘର ଆଗରେ ବସିଥିବା ଦୀପିକାଙ୍କ ଉପରେ ଦିନେଶ ଘରଲୋକେ ଥଣ୍ଡା ପାଣି ଢାଳୁଛନ୍ତି । ଏପରିକି ସେ ରହୁଥିବା ପଲିଥିନକୁ ଚିରି ଦେଉଥିବା ଅଭିଯୋଗ କରିଛନ୍ତି ଦୀପିକା । ଏନେଇ ନ୍ୟାୟ ଦାବିରେ ସେ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ

ଦୀପିକାଙ୍କୁ ହଇରାଣ କରୁଛନ୍ତି ଦିନେଶଙ୍କ ପରିବାର, ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

ଦିନେଶଙ୍କ ପରିବାର ଲୋକେ ହଇରାଣ କରୁଥିବାର ଦୀପିକା ବୁଧବାର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ(SP)ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ଧାରଣା ସ୍ଥଳରେ ପୋଲିସ ଉପସ୍ଥିତ ରହିଥିଲେ ମଧ୍ୟ କିଏ ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି ଦୀପିକା । ଘଟଣା ସଂପର୍କରେ ସବୁ କଥା ଶୁଣିବା ପରେ ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.