ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ

author img

By

Published : Dec 1, 2022, 10:30 AM IST

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଅସୁସ୍ଥ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପୁର୍ଲା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ପୁର୍ଲା ଗ୍ରାମର ହିରସିଂ ଭତ୍ରାଙ୍କ ପରିବାର ଲୋକେ ପାଳ ଛତୁ ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି(seven fall ill after consuming poisonous mushrooms) । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି । ସମସ୍ତଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଥିବା ଡାକ୍ତର ଜଣାଇଛନ୍ତି ।

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ

ସୂଚନା ଅନୁଯାୟୀ, ପୁର୍ଲା ଗ୍ରାମର ହିରସିଂ ଭତ୍ରାଙ୍କ ପରିବାର ଲୋକ ବର୍ଷା ଋତୁରେ ପାଳଛତୁ ଆଣି ଶୁଖାଇ ରଖିଥିଲେ । ଗତକାଲି(ବୁଧବାର) ତାକୁ ରୋଷେଇ କରି ଖାଇଥିଲେ । ଖାଇବା ପରେ ସମସ୍ତଙ୍କର ଝାଡାବାନ୍ତି ହୋଇଥିଲା । ଏହାଦେଖି ତାଙ୍କର ପଡୋଶୀ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.