ETV Bharat / state

ବନ କର୍ମଚାରୀଙ୍କୁ ଅପହରଣ ଘଟଣା, ୩ ଗିରଫ

author img

By

Published : May 22, 2021, 9:39 AM IST

ଗଞ୍ଜାମର ବ୍ରହ୍ମପୁର ଦିଗପହଣ୍ଡି ବନବିଭାଗ କର୍ମଚାରୀଙ୍କ ଅପହରଣ ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ବନ କର୍ମଚାରୀଙ୍କୁ ଅପହରଣ ଘଟଣା, ୩ ଗିରଫ
ବନ କର୍ମଚାରୀଙ୍କୁ ଅପହରଣ ଘଟଣା, ୩ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ବନ କର୍ମଚାରୀଙ୍କୁ ଅପହରଣ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବନ କର୍ମଚାରୀଙ୍କୁ ଅଭିଯୁକ୍ତଙ୍କ ସମେତ 6 ଜଣ ଅଚିହ୍ନା ଲୋକ ମାଡ ମାରିଥିଲେ । ତେବେ ପୋଲିସ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ବନ ବିଭାଗର ଠିକା ଭିତ୍ତିରେ କାର୍ଯ୍ୟରତ ପାରା ବନ କର୍ମଚାରୀ ମୁରାରି ପ୍ରସାଦ ରଥଙ୍କୁ ସୁପାରୀ କିଲରଙ୍କ ସହାୟତାରେ ଅପହରଣ ଓ ହତ୍ୟା ଉଦ୍ୟମ କରାଯାଇଥିଲା । ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁଁ ଏହା ଫସର ଫାଟିଥିବା କୁହାଯାଉଥିବା ବେଳେ ଏହି ଅପହରଣରୁ ବର୍ତ୍ତି ଯାଇଥିବା କର୍ମଚାରୀ ପରେ ଏତଲା ଦେଇଥିଲା । ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ମାଷ୍ଟର ମାଇଣ୍ଡ ଦିଗପହଣ୍ଡି ବ୍ଳକ ଭୀମପୁର ଶାସନ ଗ୍ରାମର ଶିବ ପ୍ରସାଦ ରଥ ଓରଫ ସୁଲୁ , ଦିଗପହଣ୍ଡି ଅଞ୍ଚଳ କଲୋନୀ କେନାଲ ସାହିରେ ରହୁଥିବା ଦେବରାଜ ସେଠୀ ଏବଂ କେ. ନୂଆଗାଁ ଥାନା ଦେଓଖାଳି ଗ୍ରାମ ଛକର ପପୁ ପ୍ରଧାନଙ୍କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବ୍ ଜେଲକୁ ପଠାଇ ଦିଆଯାଇଛି । ସୂଚନାନୁଯାୟୀ ସେ ଗତ ବୁଧବାର ରାତି ପ୍ରାୟ ସାଢେ ୧୦ ଟାରେ ଦିଗପହଣ୍ଡି ଅଞ୍ଚଳ କଲୋନୀ ରାଜପୁର ରୋଡ଼ରେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଅଭିଯୁକ୍ତ ମାନେ ବାଇକ ଯୋଗେ ପହଞ୍ଚି ପୂର୍ବ ଯୋଜନା ଅନୁସାରେ ପ୍ରଥମେ ଦିଗପହଣ୍ଡିର ଆଳୁ ଓରଫ ଉଦିତ କୁମାର ଦୋରା ତାଙ୍କ ମୋବାଇଲ ନଂ.୭୮୯୪୦୪୯୦୯୦ ଯୋଗେ ମୁରାରିଙ୍କୁ ଅଫିସ ଭିତରୁ ବାହାରକୁ ଡକାଇ ଆଣିଥିଲେ। ମୁରାରି ଆସିବା କ୍ଷଣି ତାଙ୍କୁ ଅଭିଯୁକ୍ତଙ୍କ ସମେତ ଅନ୍ୟ ୬ ଅଚିହ୍ନା ଯୁବକ ଘେରି ଯାଇ ନିସ୍ତୁକ ମାଡ଼ ମାରିବା ସହ ଜବରଦସ୍ତ ବଟି ମାଗିଥିଲେ।

ଭୟଭୀତ ଅବସ୍ଥାରେ ମୁରାରି ସେଠାରୁ ଖସିଯିବା ପାଇଁ ଉଦ୍ୟମ କରିବାରୁ ତାଙ୍କୁ ସେମାନେ ଜୋର ଜବରଦସ୍ତ ବଳପୂର୍ବକ ଭାବେ ଏକ ମୋଟର ସାଇକେଲରେ ଦିଗପହଣ୍ଡି - ଚିକିଟି ମୁଖ୍ୟ ରାସ୍ତାର ହାଟତୋଟା ସ୍ଥିତ ନିଛାଟିଆ ଅଞ୍ଚଳରେ ରହିଥିବା ଏକ ଶୈବ ପୀଠ ନିକଟକୁ ନେଇ ତାଙ୍କୁ ଖଣ୍ଡା ଓ ଭୁଜାଲି ଦେଖାଇ ସୁନା ମୁଦି ଓ ସେ ଧରିଥିବା ୬ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ପରେ ତାଙ୍କୁ ୮ ହଜାର ଟଙ୍କା ନ ଆଣିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ମୁରାରି ତାଙ୍କ ଭଣଜା ସିଦ୍ଧାନ୍ତ ତ୍ରିପାଠୀଙ୍କୁ ଫୋନ୍ କରି ବିପଦରେ ପଡ଼ିଥିବା ଏବଂ ୮ ହଜାର ଟଙ୍କା ଧରି ଦିଗପହଣ୍ଡିରେ ପହଞ୍ଚିବାକୁ ଅନୁରୋଧ କରିଥିଲେ।

ସିଦ୍ଧାନ୍ତ ଏନେଇ ତୁରନ୍ତ ଦିଗପହଣ୍ଡି IICଙ୍କୁ ଫୋନ କରି ସମସ୍ତ ଘଟଣା ଜଣାଇଥିଲେ। IIC ଦିଗପହଣ୍ଡି ଥାନାର ସ୍ଵତନ୍ତ୍ର ସ୍କାର୍ଡଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରୁ ପୋଲିସ ଦେବରାଜ ସେଠୀ ଏବଂ ପପୁ ପ୍ରଧାନଙ୍କୁ କାବୁ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ମୋଟର ସାଇକେଲ ଛାଡ଼ି ଦେଇ ଅନ୍ଧାରର ସୁଯୋଗ ନେଇ ଦୌଡି ପଳାଇଥିଲେ ବୋଲି ଜଣାପଡିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.