ETV Bharat / state

କୋଭିଡରେ ଚାଲିଗଲା ଗଞ୍ଜାମର ପୁଣି ଜଣେ ସାମ୍ବାଦିକଙ୍କ ଜୀବନ

author img

By

Published : May 16, 2021, 4:24 PM IST

କୋଭିଡରେ ଚାଲିଗଲେ ଗଞ୍ଜାମ ଜିଲ୍ଲାର ଆଉ ଜଣେ ସାମ୍ବାଦିକ
କୋଭିଡରେ ଚାଲିଗଲେ ଗଞ୍ଜାମ ଜିଲ୍ଲାର ଆଉ ଜଣେ ସାମ୍ବାଦିକ

ବ୍ରହ୍ମପୁରରେ କୋରୋନାରେ ଚାଲିଗଲେ ଆଉ ଜଣେ ସାମ୍ବାଦିକ । ଆକ୍ରାନ୍ତ ହେଲା ପରେ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ । ଅଧିକ ପଢନ୍ତୁ....

ବ୍ରହ୍ମପୁର: କୋଭିଡରେ ଚାଲିଗଲା ଗଞ୍ଜାମର ପୁଣି ଜଣେ ସାମ୍ବାଦିକଙ୍କ ଜୀବନ । ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକରେ କାର୍ଯ୍ୟରତ ଥିବା ବିଷ୍ଣୁ ପ୍ରସାଦ ପାତ୍ରଙ୍କ କୋରୋନାରେ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛିିଦିନ ହେବ ସେ କୋରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ଟାଟା ହାଇଟେକ୍ କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଶେଷରେ ଆଜି ଆଖି ବୁଜିଛନ୍ତି ।

ସ୍ବର୍ଗତ ବିଷ୍ଣୁ ବାବୁ ବ୍ରହ୍ମପୁର ସହରରେ ଦୈନିକ ଖବର କାଗଜ 'ଓଡିଶା ଭାସ୍କର 'ସଂସ୍କରଣ ଦାୟିତ୍ୱରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ନିଜେ ଏକ ୱେବ ଚ୍ୟାନେଲରେ କାର୍ଯ୍ୟ କରୁଥିଲେ । କୋରୋନାର ଦ୍ବିତୀୟ ଲହର ସମୟରେ ସେ ହଠାତ୍ ଆକ୍ରାନ୍ତ ହେବା ସହ ଘରେ ଚିକିତ୍ସିତ ହେଉଥିବା ସମୟରେ ହଠାତ୍ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ଗତ ୩ ତାରିଖରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଟାଟା କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଶନିବାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି( ରବିବାର) ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.