ETV Bharat / state

ସ୍ପଷ୍ଟ ଦିବାଲୋକରେ ବୃଦ୍ଧାଙ୍କ ଠାରୁ ସୁନା ଲୁଟ;ସିସିଟିଭିରେ କଏଦ ହେଲା ଦୃଶ୍ୟ

author img

By

Published : Dec 27, 2020, 7:39 AM IST

Updated : Dec 27, 2020, 8:46 AM IST

ସ୍ପଷ୍ଟ ଦିବାଲୋକରେ ବୃଦ୍ଧଙ୍କ ଠାରୁ ସୁନା ଲୁଟ
ସ୍ପଷ୍ଟ ଦିବାଲୋକରେ ବୃଦ୍ଧଙ୍କ ଠାରୁ ସୁନା ଲୁଟ

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବଇଞ୍ଚ ବଣିଆସ୍ଥିତ ଶ୍ୟାମାଳାଇ ନଗର ଅଞ୍ଚଳରେ ବୃଦ୍ଧାଙ୍କ ଠାରୁ ସୁନା ଝାମ୍ପି ନେଲେ ଲୁଟେରା । ସୁନା ଲୁଟ ବେଳେ ସିସିଟିଭିରେ କଏଦ ହେଲା ଦୃଶ୍ୟ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ସ୍ପଷ୍ଟ ଦିବାଲୋକେ ବୃଦ୍ଧାଙ୍କ ଠାରୁ ସୁନା ଲୁଟିଲେ ଦୁର୍ବୃତ୍ତ । ବୃଦ୍ଧା ମହିଳା ଜଣକ ଚାଲି ଚାଲି ଆସୁଥିବାବେଳେ ଦୁଇ ଜଣ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି । ଘଟଣାଟି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବଇଞ୍ଚ ବଣିଆସ୍ଥିତ ଶ୍ୟାମାଳାଇ ନଗର ଅଞ୍ଚଳରେ ଘଟିଛି । ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ଏକ ଭିଡିଓରେ କଏଦ ହୋଇଛି ।

ସ୍ପଷ୍ଟ ଦିବାଲୋକରେ ବୃଦ୍ଧଙ୍କ ଠାରୁ ସୁନା ଲୁଟ

ଶନିବାର ଦିନ ୧୨ ଟା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ୭୨ ବର୍ଷୀୟ ବାସନ୍ତୀ ସାହୁଙ୍କ ଠାରୁ ସୁନା ଲୁଟ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକ ଆସି ବେଳେ ଜଣେ ହେଲିମେଟ୍ ପିନ୍ଧି ବୃଦ୍ଧାଙ୍କ ସହିତ ପଛପଟୁ କଥା ହେବାର ଆଳ ଦେଖାଇ ତାଙ୍କୁ ଠେଲି ବେକରୁ ସୁନା ଚେନ ଲୁଟି ନେଇଥିଲେ । ଅନ୍ୟ ଜଣେ ରାସ୍ତା କଡରେ ମୋଟର ସାଇକେଲ ଷ୍ଟାର୍ଟ ରଖି ଅପେକ୍ଷା କରିଥିବା ସିସିଟିଭ ଫୁଟେଜରେ ସମ୍ପୂର୍ଣ୍ଣ ଦେଖାଯାଉଛି । ବୃଦ୍ଧାଙ୍କ ଠାରୁ ସୁନା ଲୁଟ ନେବା ପରେ ଦୁଇ ଲୁଟେରା ବାଇକ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଅନ୍ୟପଟେ ସିସିଟିଭିକୁ ଆଧାର କରି ପୋଲିସ ବିଭିନ୍ନ ଦିଗରୁ ଛାନଭିନ ଆରମ୍ଭ କରିଛି ।

ସୂଚନାନୁଯାୟୀ, ମହିଳା ଜଣଙ୍କ ତାଙ୍କ ଭାଇ ଭଗବାନ ପାଣିଗ୍ରାହୀଙ୍କ ସହ ସ୍ଥାନୀୟ ଶ୍ରୀକ୍ଷେତ୍ର ବିହାର ସ୍ଥିତ ନୂତନ ଗୃହ ନିର୍ମାଣ ପାଇଁ ଫାଉଣ୍ଡେସନ ଦେଖିବା ପାଇଁ ଘରୁ ବାହାରିଥିଲେ । ଦୁହେଁ ଏକ ବାଇକରେ ବସି ଗୃହ କାର୍ଯ୍ୟ ଦେଖିବା ପରେ ଗାୟତ୍ରୀ ନଗର ଦେଇ ପୁଣି ଶ୍ୟାମଳାଇ ନଗର ଛକ ଠାରେ ରହିଥିବା ଟିଭିଏସ୍ ସୋ ରୁମ୍ ସମ୍ମୁଖରେ ଭାଇ ମୋଟର ସାଇକେଲରୁ ଭଉଣୀଙ୍କୁ ଓହ୍ଲାଇ ନିଜ ଘରକୁ ଚାଲି ଯାଇଥିଲେ । ହେଲେ ସେଠାରୁ ମାତ୍ର ୩୦ ମିଟର ଆସିବା ପରେ ଚାଲି ଚାଲି ଆସୁଥିବା ବୃଦ୍ଧା ଜଣକ ଲୁଟର ଶିକାର ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Dec 27, 2020, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.