ETV Bharat / state

ଗଜପତି ଅତିରିକ୍ତ ଜିଲ୍ଲାପାଳ କାର ଦୁର୍ଘଟଣାଗ୍ରସ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

author img

By ETV Bharat Odisha Team

Published : Oct 22, 2023, 7:57 PM IST

ଗଜପତି ଅତିରିକ୍ତ ଜିଲ୍ଲାପାଳ କାର ଦୁର୍ଘଟଣାଗ୍ରସ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
ଗଜପତି ଅତିରିକ୍ତ ଜିଲ୍ଲାପାଳ କାର ଦୁର୍ଘଟଣାଗ୍ରସ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଗୁରୁତର ଆଘାତ ଲାଗିଛି । ସେ ବ୍ରହ୍ମପୁରକୁ ବଡ଼ ମେଡିକାଲରେ ଚିକିତ୍ସିତ ହୋଉଛନ୍ତି । ଅଧିକ ପଢନ୍ତୁ

ଗଜପତି ଅତିରିକ୍ତ ଜିଲ୍ଲାପାଳ କାର ଦୁର୍ଘଟଣାଗ୍ରସ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ଗଜପତି: ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେ ନିଜେ କାର୍ ଚଲାଉଥିବା ବେଳେ ଏକ ଟ୍ରକ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତରେ ହୋଇଛନ୍ତି । ସେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ପରେ ତାଙ୍କୁ ସ୍ଥାନୀୟ ଲୋକେ ଏବଂ ସୋମପେଟା ପୋଲିସ ଉଦ୍ଧାର କରି ସୋମପେଟା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ ।

ସୂଚନାଯୋଗ୍ୟ ଗତକାଲି(ଶନିବାର) ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଆସିଥିଲେ । ସେ ନିଜ କାର୍ଯ୍ୟ ସାରି ପାରଳାଖେମୁଣ୍ଡି ଫେରୁଥିବା ସମୟରେ ଆନ୍ଧ୍ର ସୋମପେଟା ନିକଟରେ ତାଙ୍କ କାର୍ ଦୁର୍ଘଟଣାରେଗ୍ରସ୍ତ ହୋଇଥିଲା । ସଂଧ୍ୟାରେ ସେ ନିଜେ କାର ଡ୍ରାଇଭିଂ କରି ପାରଳାଖେମୁଣ୍ଡି ଫେରୁଥିଲେ ସମୟରେ ସୋମପେଟା ଠାରେ ହଠାତ୍ ସମ୍ମୁଖରେ ଯାଉଥିବା ଏକ ଟ୍ରକ୍ ସହିତ ତାଙ୍କର ଧକ୍କା ହୋଇଥିଲା । କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ ।ଏହା ପରେ ତାଙ୍କୁ ସ୍ଥାନୀୟ ଲୋକେ ଏବଂ ସୋମପେଟା ପୋଲିସ ଉଦ୍ଧାର କରି ସୋମପେଟା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ତାଙ୍କ ମୋବାଇଲରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଜଣେ ଡାକ୍ତରଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହା ପରେ ଡାକ୍ତର ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ । ରାତିରେ ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ଟ୍ୟାଙ୍କର ଧକ୍କାରେ ୫ ବର୍ଷର ଶିଶୁ ମୃତ ଓ ମାଆ ଗୁରୁତର, ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ

ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ସିଟି ସ୍କାନ୍ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଖବର ପାଇ ବ୍ରହ୍ମପୁର ବଡ଼ ମେଡିକାଲର ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା କାଜୁଆଲ୍ଟିରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପ୍ରକାଶ ପୂର୍ବରୁ ରାଜେନ୍ଦ୍ର କୁମାର ମିଞ୍ଜ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲର ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟରତ ଥିଲେ । ଏହା ପରେ କିଛି ମାସ ହେଲା ତାଙ୍କୁ ଗଜପତି ଜିଲ୍ଲା ଏଡିଏମ୍ ଭାବେ ବଦଳି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଦୁଆରଶୁଣୀ ଘାଟିରେ ଜଗି ବସିଥିଲା ଯମ ! ପୂଜା ସାରି ଫେରିବାବେଳେ ଦୁର୍ଘଟଣାରେ ୨ ମୃତ

ଇଟିଭି ଭାରତ,ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.