ETV Bharat / state

ଶୌଚ ପାଇଁ ଯାଇଥିବାବେଳେ ଯୁବକଙ୍କ ଦଳି ଦେଲା ହାତୀ

author img

By

Published : Nov 3, 2022, 8:32 AM IST

ଶୌଚ ପାଇଁ ଯାଇଥିବାବେଳେ ଯୁବକଙ୍କ ଦଳି ଦେଲା ହାତୀ
ଶୌଚ ପାଇଁ ଯାଇଥିବାବେଳେ ଯୁବକଙ୍କ ଦଳି ଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ବସୁଲେଇ ଗାଁରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ହାତୀ । ଅଧିକ ପଢନ୍ତୁ

ଢେଙ୍କାନାଳ: ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ଦଳି ଦେଲା ହାତୀ(Youngman Killed In Elephant Attack) । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି(ବୁଧବାର) ଏଠାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ମାଟିଆ ସାହିର ରାମଚନ୍ଦ୍ର ବେହେରା ।

ସୂଚନା ମୁତାବକ, ରାମଚନ୍ଦ୍ର ଶୌଚ ପାଇଁ ଗାଁ ପାଖ ବ୍ରାହ୍ମଣୀ ନଦୀକୁ ଯାଉଥିଲେ । ଏତିକି ବେଳେ ବାଟରେ ସେ ୩୨ ଟିକିଆ ହାତୀପଲ ସହ ମୁହାଁମୁହିଁ ହୋଇଯାଇଥିଲେ । ହାତୀପଲକୁ ଦେଖି ଯୁବକ ପଛକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ହାତୀ ତାଙ୍କ ପଛରେ ଗୋଡାଇବା ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଲୋକ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ମୃତଦେହ ଉଦ୍ଧାର କରିବା ସହ ହାତୀପଲର ଗତିପଥ ଉପରେ ନଜର ରଖିଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ ବିଭାଗରେ ନୂତନ ପିଜି ପାଠ୍ୟକ୍ରମ

ଢେଙ୍କାନାଳରେ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ହାତୀପଲ ଗାଁ ଭିତରକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ବର୍ତ୍ତମାନ କ୍ଷେତରେ ଫସଲ ଲହଡି ଭାଙ୍ଗୁଥିବା ବେଳେ ୩୨ ଟିକିଆ ହାତୀପଲଙ୍କ ଦୌରାତ୍ମ୍ୟରୁ କିପରି ନିଜର ଫସଲ ରକ୍ଷା କିପରି କରିବେ ସେନେଇ ସ୍ଥାନୀୟ ଲୋକେ ଚିନ୍ତାରେ ଅଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.