ETV Bharat / state

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ ବିଭାଗରେ ନୂତନ ପିଜି ପାଠ୍ୟକ୍ରମ

author img

By

Published : Nov 2, 2022, 6:09 PM IST

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ 8ଟି ବିଭାଗରେ ନୂତନ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଚଳିତ ଶିକ୍ଷାବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ଟି ବିଭାଗରେ ନୂତନ ପିଜି ପାଠ୍ୟକ୍ରମ
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ଟି ବିଭାଗରେ ନୂତନ ପିଜି ପାଠ୍ୟକ୍ରମ

ଢେଙ୍କାନାଳ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ 8ଟି ବିଭାଗରେ ନୂତନ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ନୂତନ ଭାବେ ୮ଟି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଛି । ଏଥିନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି । ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମହୋଲ ଦେଖିବାକୁ ମିଳିଛି । ଖାଲି ଛାତ୍ରଛାତ୍ରୀ ନୁହଁନ୍ତି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଖୁସି ଦେଖିବାକୁ ମିଳିଛି ।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ଟି ବିଭାଗରେ ନୂତନ ପିଜି ପାଠ୍ୟକ୍ରମ

ପୂର୍ବରୁ ଢେଙ୍କାନାଳ ଅଟୋନୋମସ୍ କଲେଜରେ କେବଳ ବାଣିଜ୍ୟ, ଇତିହାସ ଓ ଉଦ୍ଭିଦ ବିଜ୍ଞାନରେ ପିଜି ପାଠ୍ୟକ୍ରମ ରହିଥିଲା । ତେବେ ଚଳିତ ଶିକ୍ଷା ବର୍ଷଠାରୁ ଏହି କଲେଜରେ ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ, ମନସ୍ତତ୍ତ୍ୱ, ଅର୍ଥନୀତି, ଦର୍ଶନ ଶାସ୍ତ୍ର ଓ ଇଂରାଜୀ ବିଭାଗର ପିଜି ପାଠ୍ୟକ୍ରମରେ ୧୬ଟି ସିଟ ପାଇଁ ଅନୁମତି ମିଳିଛି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ । ଅପରପକ୍ଷରେ ନୂତନ ଭାବେ ଶିକ୍ଷା(Education) , ସମାଜଶାସ୍ତ୍ର(Sociology), ବାଇଓ ଟେକ୍ନୋଲୋଜି(Bio-Technology) ଓ ହିନ୍ଦୀ(Hindi) ପାଠ୍ୟକ୍ରମରେ ସ୍ନାତକ ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ମିଳିଛି । ସେହିପରି ପୂର୍ବରୁ ରହିଥିବା ପିଜି ପାଠ୍ୟକ୍ରମ ଉଦ୍ଭିଦ ବିଜ୍ଞାନ, ଇତିହାସ ଓ ବାଣିଜ୍ୟ ପାଠ୍ୟକ୍ରମରେ ସିଟ ସଂଖ୍ୟା ୧୬ ରୁ ୩୨କୁ ବୃଦ୍ଧି କରାଯାଇଛି । ଫଳରେ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାଶ ଖୁସିର ମହୋଲ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...୮ବର୍ଷ ମଧ୍ୟରେ ହାଜତ ମୃତ୍ୟୁ ସଂଖ୍ୟା ୪୩, ସୁନ୍ଦରଗଡ଼ରେ ସର୍ବାଧିକ

କଲେଜରେ ନୂଆ ବିଭାଗରେ ପିଜି ପାଠ୍ୟକ୍ରମ ପରେ ପିଲାଙ୍କୁ ଅନ୍ୟତ୍ର ପିଜି କରିବାକୁ ଯିବାକୁ ପଡିବ ନାହିଁ । ଯୁକ୍ତ ତିନି ପରେ ପିଲାମାନେ ପିଜି ପାଇଁ ଜିଲ୍ଲା ବାହାରକୁ ଯାଉଥିଲେ । ହେଲେ ବର୍ତ୍ତମାନ କଲେଜରେ ନୂତନ ଭାବେ 8ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହେବାପରେ ପିଲାଙ୍କର ଏହି ସମସ୍ୟା ଦୂର ହୋଇଛି । ପୂର୍ବରୁ ମାତ୍ର 3ଟି ବିଷୟରେ ପିଜି ପାଠ୍ୟକ୍ରମ ଥିଲା । 1995 ମସିହା ପରଠୁ ଅନ୍ୟ କୌଣସି ବିଭାଗରେ ପିଜି ପାଠ୍ୟକ୍ରମ ନଥିଲା । ବହୁ ବର୍ଷ ଅପେକ୍ଷା ପରେ ପୁଣି ପିଜି ପାଠ୍ୟକ୍ରମ ଖୋଲିବା ନେଇ ଖୁସି ବ୍ୟକ୍ତ କରିଛନ୍ତି କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ । ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନରେ 8ଟି ନୂଆ ବିଭାଗରେ ପିଜି ପାଇଁ ଅନୁମତି ପାଇବା ପରେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କଲେଜ ଅଧ୍ୟକ୍ଷ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.