ETV Bharat / state

Sex Racket Busted: ଢେଙ୍କାନାଳରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀ ସହ ଘର ମାଲିକ ଗିରଫ

author img

By

Published : Apr 9, 2023, 11:45 AM IST

Updated : Apr 9, 2023, 12:37 PM IST

sex racket busted in dhenkanal
sex racket busted in dhenkanal

ଢେଙ୍କାନାଳ ସହରରେ ସେକ୍ସ ରାକେଟ ଠାବ । ଦୁଇ ଯୁବତୀ ସହ ଘର ମାଲିକ ଗିରଫ । ଖସିଗଲା ରାଣୀ ମହୁମାଛି । ଅଧିକ ପଢନ୍ତୁ

ଢେଙ୍କାନାଳରେ ସେକ୍ସ ରାକେଟ ଠାବ

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଲଟାକ୍ସ ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ରାତି ହେଲେ ସୁନ୍ଦରୀ ଯୁବତୀଙ୍କ ସହ ଜମୁଥିଲା ଲୋକଙ୍କ ଗହଳି । ଖବର ପାଇବା ପରେ ଚଢାଉ କରି 3 ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ମଧ୍ୟରୁ 2 ଜଣ ଯୁବତୀ ଏବଂ ଜଣେ ବ୍ୟକ୍ତି ରହିଛନ୍ତି । ଗିରଫ ବ୍ୟକ୍ତି ଜଣଙ୍କ କାଲଟାକ୍ସ ଅଞ୍ଚଳର ଶିବାଜୀ ମହାନ୍ତି । ବିଗତ କିଛି ବର୍ଷ ହେବ ଏହି ସେକ୍ସ ରାକେଟ ଚାଲି ଆସୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଧରାପଡିଥିବା ଦୁଇ ଜଣ ଯୁବତୀ ବାଲେଶ୍ଵର ଅଞ୍ଚଳର ବୋଲି ସୂଚନା ମିଳିଛି ।

ଏହି ଘଟଣାରେ ଟାଉନ ଥାନା ପୋଲିସ ଗୋଟିଏ କାର ମଧ୍ୟ ଜବତ କରିଛି । ତେବେ ଚଢାଉ ସମୟରେ ଗ୍ରାହକ ଖସି ପଳାଇବାରେ ସଫଳ ହୋଇଛନ୍ତି । ଏହି ରାକେଟ ପଛରେ ଜଣେ ରାଣୀ ମହୁମାଛିର ସମ୍ପୃକ୍ତି ରହିଥିବା ମଧ୍ୟ କୁହାଯାଉଛି । ଗିରଫ ବ୍ୟକ୍ତି ଶିବାଜୀ ମହାନ୍ତି ନିଜ ଘରେ ଏହି ରାକେଟ ଚଳାଇ ଥିବାବେଳେ ସେ ଏକ ପେଷାଦାର ଅପରାଧି ବୋଲି ଅନୁମାନ କରାଯାଇଛି । ଏପରିକି ଅନୁରୂପ ଭାବେ ଗତ ଦୁଇ ବର୍ଷ ତଳେ ସେକ୍ସ ରାକେଟ ଚଳାଉଥିବା ବେଳେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଗତକାଲି ଚଢାଉ ସମୟର ତାଙ୍କ ପତ୍ନୀ ଖସି ଯାଇଛନ୍ତି । ଏହି ସେକ୍ସ ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ଅଛି ସେ ସମ୍ପର୍କରେ ପୋଲିସ ଅଧିକ ଛାନଭିନ କରୁଛି ।

ଗତ ମାର୍ଚ୍ଚ ମାସରେ ରାଜଧାନୀର ଲିଙ୍ଗରାଜ ଥାନା ନାଗେଶ୍ବର ଟାଙ୍ଗିରେ ସେକ୍ସ ରାକେଟ ଠାବ ହୋଇଥିଲା । ଘଟଣାସ୍ଥଳରେ ଜଣେ ରୂପଜୀବୀକୁ ଉଦ୍ଧାର କରିବା ସହ 3 ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଏକ ଭଡ଼ା ଘରେ ଦେହ ବ୍ୟବସାୟ ଚଲାଇଥିବା ବେଳେ ପୋଲିସ ଚଢାଉ କରିଥିଲା । ଏଥିସହ ସେଠାକୁ ଆସିଥିବା ଗ୍ରାହକଙ୍କ 3ଟି ବାଇକ ସହ 7ଟି ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରିଥିଲା । ଗତ ଜାନୁଆରୀ 24 ତାରିଖରେ କଟକରେ ସେକ୍ସ ରାକେଟ ଠାବ ହୋଇଥିଲା । ବାଦାମବାଡ଼ି ଥାନା ସୂର୍ଯ୍ୟ ବିହାର ଲେନରୁ ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ କରିଥିଲା କମିଶନରରେଟ ପୋଲିସ । ଚଢ଼ାଉ ସମୟରେ 5 ଦେହଜୀବୀଙ୍କ ସହ 2 ଗ୍ରାହକ ଧରାପଡିଥିଲେ । ଅଟକ ଥିବା 5 ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Apr 9, 2023, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.