ETV Bharat / state

ହସ୍ପିଟାଲ ଛାତରୁ ଡେଇଁ ରୋଗୀର ଆତ୍ମହତ୍ୟା, ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ପରିବାର

author img

By

Published : Aug 18, 2022, 10:59 AM IST

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ୪ ମହଲା ବିଲ୍ଡିଂରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା । ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା
ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ୪ ମହଲା ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ । ହସ୍ପିଟାଲରେ ଢିଲା ସୁରକ୍ଷା ବ୍ୟବସ୍ଥାରୁ ଏପରି ଘଟିଥିବା ଅଭିଯୋଗ ଆଣିଲେ ରୋଗୀଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ । ମୃତ ରୋଗୀ ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ଲୋଧଣି ଗ୍ରାମର ୫୦ବର୍ଷୀୟ ଦୁର୍ଯ୍ୟୋଧନ ନାୟକ ।

ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ମୁଣ୍ଡ ବୁଲାଇବା ଯୋଗୁଁ ଦୁର୍ଯ୍ୟୋଧନଙ୍କୁ ବୁଧବାର ହସ୍ପିଟାଲର ଜେରେଟିକ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ଜାରି ରହିଥିବା ବେଳେ ଆଜି ଭୋର ୪ଟା ସମୟରେ ହଠାତ ଝରକା ପଟୁ ତଳକୁ ଡେଇଁ ପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ଦୁର୍ଯ୍ୟୋଧନ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଗତ ୧୪ ତାରିଖ ଦିନ ଜଣେ ଯୁବକ ମଧ୍ୟ ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଡାକ୍ତରଖାନାରେ ସୁରକ୍ଷାକର୍ମୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ମୃତ ଦୁର୍ଯ୍ୟୋଧନଙ୍କ ପରିବାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.