ETV Bharat / state

ଗାଁ ଦାଣ୍ଡରେ ଦନ୍ତା: ଆକ୍ରମଣରେ ଜଣେ ଗୁରୁତର

author img

By

Published : Nov 5, 2021, 9:19 PM IST

ଗାଁ ଭିତରେ ଦନ୍ତା: ଆକ୍ରମଣରେ ଜଣେ ଗୁରୁତର
ଗାଁ ଭିତରେ ଦନ୍ତା: ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବାରିହାପୁର ଗାଁ ଭିତରେ ପଶି ଦନ୍ତା ହାତୀର ଉନ୍ମୋତ୍ତକାଣ୍ଡ । ଦନ୍ତା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । କିଛି ଘରଦ୍ୱାର ଭାଙ୍ଗିବା ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଗାଁ ଦାଣ୍ଡରେ ଦନ୍ତା ହାତୀ । ଆଉ ଏହି ହାତୀର ଉନ୍ମତ୍ତକାଣ୍ଡରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ହାତୀଟି ଗାଁ ଭିତରକୁ ପଶି ଘର ଦ୍ୱାର ଭଙ୍ଗାରୁଜା ମଧ୍ୟ କରିଛି । ଏହି ହାତୀ ଆକ୍ରମଣ କରିବାରୁ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣଙ୍କ ବାଟୁ ମହାରଣା ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାସହ ହାତୀ ମଧ୍ୟ ଗୋଟିଏ ଗାଈକୁ ଆକ୍ରମଣ କରିଥିଲା ।

ଗାଁ ଭିତରେ ଦନ୍ତା: ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ ମହାବୀର ରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ଅଞ୍ଚଳରେ ରିହିଛି ଏହି ବାରିହାପୁର ଗ୍ରାମ । ତେବେ ଏହି ଦନ୍ତା ହାତୀଟି ଗୋଷ୍ଠୀ ଛାଡି ଗାଁ’କୁ ପଶି ଯାଇଥିବା ଜଣାପଡିଛି । ଖବର ପାଇ ବନ କର୍ମଚାରୀ ମାନେ ପହଞ୍ଚି ହାତୀକୁ ଗ୍ରାମବାସୀଙ୍କ ସହାୟତାରେ ସ୍ଥାନୀୟ ଜଙ୍ଗଲକୁ ଘଉଡ଼ାଇନ୍ତି । ତଥାପି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.