ETV Bharat / state

ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

author img

By

Published : Oct 27, 2022, 11:02 PM IST

ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ବାରୁଆଁ ପଞ୍ଚାୟତ ମେଡିକାଲ ପଛପଟ କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଗଳିତ ମୃତଦେହ । ଅଧିକ ପଢ଼ନ୍ତୁ

ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ : ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ବାରୁଆଁ ପଞ୍ଚାୟତ ମେଡିକାଲ ପଛପଟ କାଜୁ ଙ୍ଗଲରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଗଳିତ ମୃତଦେହ। ମୃତକ ଜଣକ ହେଲ ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଗୋଡା ଚମ୍ପାନାଳିଆ ଗ୍ରାମ ନାୟକ ସାହିର ବସନ୍ତ ନାୟକ । ବସନ୍ତ ଆଜକୁ 20ଦିନ ହେବ ଘର କେଉଁଆଡୁ ନିଖୋଜ ହୋଇଯାଇଥିଲେ। ଗତକାଲି(ବୁଧବାର) ସନ୍ଧ୍ଯାରେ ଏହି ଜଙ୍ଗଲରେ ପଡ଼ିଥିବା ବସନ୍ତ ନାୟକଙ୍କ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ଅଞ୍ଚଳବାସୀ କାଜୁ ଜଙ୍ଗଲକୁ ଯାଇଥିଲେ। ସେଠାରେ ମୃତଦେହ ପଡ଼ିଥିବା ଦେଖି ଭୁବନ ପୋଲିସକୁ ଖବର ଦେଇଥିଲେ।

ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଖବରପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାତି ତମାମ ଗଳିତ ମୃତଦେହକୁ ଜଗି ରହିଥିଲେ। ଆଜି ପୂର୍ବାହ୍ନରେ ଭୁବନ ପୋଲସ ଟିମ, ମାଜିଷ୍ଟ୍ରେଟ୍ ରୋଜାଲିନ ବେହେରା ଓ ସାଇଣ୍ଟିଫିକ ଦଳ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ମୃତ୍ୟୁର କାରଣ ତଦନ୍ତ କରୁଛି ।

ବସନ୍ତଙ୍କ ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇଛି। ତେବେ ପୋଷ୍ଟମୋଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ। ବସନ୍ତ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଘରେ ତାଙ୍କର ସ୍ତ୍ରୀ ଓ ନାବାଳିକା ଝିଅ ରହିଛନ୍ତି। ତେବେ ବସନ୍ତଙ୍କ ମୃତ୍ୟୁପରେ ପରିବାର ଏବେ ପୁରା ବେସାହାର ହୋଇପଡ଼ିଛି। ଏହା ସହ ପରିବାରରେ ଶୋକରଛାୟା ଖେଳିଯାଇଛି। କିଛି ବୁଝିବା ଆଗରୁ ସବୁକିଛି ଶେଷ ହୋଇଯାଇଛି ଏହି ପରିବାର ପାଇଁ । ସ୍ବାମୀକୁ ହରାଇ ମୁକ ପାଲଟିଯାଇଛି ସ୍ତ୍ରୀ। କେବେ ଭାବିନଥିଲେ ଯେ ଘରୁ ଯାଇଥିବା ମଣିଷଟି ଜୀବିତ ନୁହେଁ ମୃତ ହୋଇ ଫେରିବ। ତେବେ କିଏ ବସନ୍ତଙ୍କୁ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଖୋଜୁଛି ପୋଲିସ।

ଯଦି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହାର ବି ତଦନ୍ତ କରିବ ପୋଲିସ।ତେବେ ଏ ସବୁ ବିଷୟରେ ଜଣା ପଡ଼ିବ ରିପୋର୍ଟ ଆସିବା ପରେ। ସେପଟେ ବସନ୍ତ ଦୀର୍ଘ 20 ଦିନ ଧରି କେଉଁଠି ରହିଥିଲେ, କାହାସହ ତାଙ୍କର ଶତ୍ରୁତା ଅଛି କି ସେ ସମସ୍ତ ବିଷୟରେ ତଦନ୍ତ ଚଳାଇଛି ପୋଲିସ।

ଖାଲି ସେତିକି ନୁହେଁ ମୃତଦେହ ପାଖରେ ପଡ଼ିଥିବା ଚପଲ ଏବଂ ବ୍ୟାଗକୁ ଜବତ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରିଛି। ଅତି ବିକୃତ ହୋଇ ପଡ଼ିଥିବା ମୃତଦେହରୁ ପ୍ରମାଣ କିଛି ଯୋଗାଡ଼ କରିବା ଏବେ ସାଇଣ୍ଟିଫିକ ଦଳ ପାଇଁ କାଠିକର ପାଠ ହୋଇଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.