ETV Bharat / state

ଚାଷୀଙ୍କୁ କଚାଡି ମାରିଲା ହାତୀ

author img

By

Published : Jan 20, 2021, 9:53 AM IST

ହାତୀ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଚାଷୀ
ହାତୀ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଚାଷୀ

ଢେଙ୍କାନାଳରେ ବଢି ଚାଲିଛି ହାତୀ ଆତଙ୍କ । ପ୍ରାୟ ସବୁବେଳେ ହାତୀ ଆକ୍ରମଣରେ ଜୀବନ ହରାଉଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଢେଙ୍କାନାଳ: ପୁଣି ହାତୀ ଆକ୍ରମଣରେ ଗଲା ଜଣେ ଚାଷୀଙ୍କ ଜୀବନ । ଢେଙ୍କାନାଳ ସଦର ଥାନା କାଇମାଟି ପଞ୍ଚାୟତର କାଇଁଶ ଗ୍ରାମରେ ପରିବା ବଗିଚାରେ ପଶି ଜଣେ ଚାଷୀଙ୍କୁ କଚାଡି ମାରିଛି ହାତୀ ।

ହାତୀ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଚାଷୀ

ଜିଲ୍ଲାରେ ଜଣଙ୍କ ପରେ ଜଣେ ଚାଷୀ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହାରୁଛନ୍ତି । ଜିଲ୍ଲାରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଫସଲ ବାହେରେ କୁଡିଆ କରି ଚାଷୀଙ୍କୁ ଫସଲ ଜଗି ରହିବାକୁ ପଡୁଛି । ଆଜି(ବୁଧବାର) ଭୋରୁ ଗହମଖୁଣ୍ଟା ଗାଁର ପରିବା ଚାଷୀ ରମେଶ ସାହୁଙ୍କ ପରିବା ବଗିଚାକୁ ଏକ ଦନ୍ତା ହାତୀ ପଶି ଆସିଥିଲା । ହାତୀକୁ ଘଉଡେଇବାକୁ ଯାଇ ସେ କୁଡିଆ ବାହାରକୁ ବାହିରି ଆସିଥିଲେ । ହାତୀ ହାବୁଡରେ ପଡିଯାଇଥିଲେ ରମେଶ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ସଦର ଥାନା ପାେଲିସ ଓ ବନକର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ଜିଲ୍ଲାରେ ବାରମ୍ବାର ହାତୀ ଉପଦ୍ରବ ଲାଗିରହିଛି । ହାତୀ ଫସଲ ନଷ୍ଟ କରିବା ସହିତ ଅନେକ ଜୀବନ ନେଉଛି । ଏ ଯାଏଁ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫଳରେ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.