ETV Bharat / state

Elephant Terror: ଗାଁରେ ପଶି ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Jan 23, 2022, 10:07 AM IST

ଗାଁରେ ପଶି ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା, ଆତଙ୍କିତ ଗ୍ରାମବାସୀ
ଗାଁରେ ପଶି ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା, ଆତଙ୍କିତ ଗ୍ରାମବାସୀ

ଗାଁରେ ପଶି ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଦେଲା ଦନ୍ତା ହାତୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁନ୍ଦିଆ ଗୋପାଳପୁର ଗାଁରେ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଗାଁରେ ପଶି ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଦେଲା ଦନ୍ତା ହାତୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁନ୍ଦିଆ ଗୋପାଳପୁର ଗାଁରେ । ସୂଚନାଅନୁସାରେ, ୭୦ବର୍ଷୀୟ ବୃଦ୍ଧ ଫକୀର ନାୟକ ଭୋର ୫ଟା ସମୟରେ ପରିସ୍ରା ପାଇଁ ଉଠି ଘର ପଛକୁ ଯାଇଥିଲେ । ପରିସ୍ରା ପାଇଁ ଯିବା ସମୟରେ ଦନ୍ତାହାତୀ ସହ ସେ ମୁହାଁମୁହିଁ ହୋଇଯାଇଥିଲେ l

ଗାଁରେ ପଶି ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା, ଆତଙ୍କିତ ଗ୍ରାମବାସୀ

ଫଳରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି l ଖବର ପାଇ କପିଳାଶ ବନରେଞ୍ଜ କର୍ମଚାରୀ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ଜିଲ୍ଲାରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି । ହାତୀ ଆତଙ୍କରେ ଭୟଭୀତ ହୋଇଛନ୍ତି ଗ୍ରାମବାସୀ । ଘଟଣା ପରେ ଦନ୍ତା ହାତୀଟି ନିକଟସ୍ଥ ଜଙ୍ଗଲ ଅଭିମୁଖେ ପଳାଇ ଯାଇଥିବା ସୂଚନା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.