ETV Bharat / state

ଘର ଭାଙ୍ଗିଲେ, ବାଡିବଗିଚା ଉଜାଡ଼ିଲେ ହାତୀପଲ

author img

By

Published : Jan 14, 2021, 2:08 PM IST

ଘର ଭାଙ୍ଗିଲେ, ବାଡିବଗିଚା ଉଜାଡ଼ି ଦେଲେ ହାତୀପଲ
ଘର ଭାଙ୍ଗିଲେ, ବାଡିବଗିଚା ଉଜାଡ଼ି ଦେଲେ ହାତୀପଲ

ଓଡ଼ାପଡା ବାଙ୍ଗୁରିସିଂହା ଗ୍ରାମରେ ହାତୀ ଉପଦ୍ରବ । ୫ ଘର ଭାଙ୍ଗିବା ସହ ବାଡିବଗିଚା ନଷ୍ଟ କଲେ ହାତୀପଲ । ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଓଡ଼ାପଡା ବାଙ୍ଗୁରିସିଂହା ଗ୍ରାମରେ ହାତୀ ଉପଦ୍ରବ । ୫ ଘର ଭାଙ୍ଗିବା ସହ ବାଡିବଗିଚା ନଷ୍ଟ କଲେ ହାତୀପଲ । ପ୍ରତିବାଦରେ ବାଙ୍ଗୁରିସିଂହା ଛକରେ ଏନଏଚ-୫୫କୁ ଦୀର୍ଘ ଦୁଇଘଣ୍ଟାଧରି ଅବରୋଧ କଲେ ଗ୍ରାମବାସୀ । ତେବେ ଗାଁରେ ହାତୀ ପଲ ପଶି ବାରମ୍ବାର ଘରଦ୍ବାର ଭାଙ୍ଗିବା ସହ ବାଡ଼ି ବଗିଚା ନଷ୍ଟ କରିଦେଉଥିବାରୁ ଅସୁରକ୍ଷିତ ହୋଇପଡୁଛନ୍ତି ଅଞ୍ଚଳବାସୀ ।

ଘର ଭାଙ୍ଗିଲେ, ବାଡିବଗିଚା ଉଜାଡ଼ି ଦେଲେ ହାତୀପଲ

ବାରମ୍ବାର ଏପରି ହାତୀ ଉପଦ୍ରବ ସତ୍ତ୍ବେ ବନବିଭାଗ ସୁରକ୍ଷା ଦେବାରେ ବିଫଳ ଯୋଗୁଁ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ରାଜପଥରେ ସାଧାରଣ ଗାଡି ଚଳାଚଳ ବାଧାପ୍ରାପ୍ତ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ମୋଟଙ୍ଗା ପୁଲିସ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତା ଅବରୋଧରୁ ହଟିଥିଲେ ଗ୍ରାମବାସୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.