ETV Bharat / politics

ବିଜେପି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି - BJD Delegation Meets CEO

author img

By ETV Bharat Odisha Team

Published : May 17, 2024, 9:01 PM IST

BJD Delegation Meets CEO: ମହିଳାଙ୍କୁ ଫୋନ କଲ ମାଧ୍ୟମରେ ବିଜେପି ନେତା ଧମକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ । ଅଧିକ ପଢ଼ନ୍ତୁ

BJD Delegation Meets CEO
BJD Delegation Meets CEO (Chief Electoral Office Odisha)

BJD Delegation Meets CEO (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି । ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶାସକ ବିଜେଡି ଦଳ । ବିଜେପି ପାଇଁ କାମ କର ନଚେତ୍ ଚାକିରିରୁ ସସପେଣ୍ଡ ହେବ କହି ସାଧାରଣ ଲୋକଙ୍କୁ ଡରାଉଥିବା ଅଭିଯୋଗ କରିଛି ବିଜେଡି । ସମ୍ବଲପୁର ଜିଲ୍ଲାର ଭାରତୀୟ ଜନତା ପାର୍ଟି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଏବେ ଚରମ ସୀମାରେ ପହଁଚିଛି ବୋଲି ବିଜୁ ଜନତା ଦଳର ପ୍ରିତିନିଧି ମଣ୍ଡଳୀ ଆଜି ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।

ଏମବିକେ, ଆଶା, ଅଙ୍ଗନୱାଡ଼ି କର୍ମୀ, ଏସଏସଜି ମିଶନ ଶକ୍ତି ମା’ ମାନଙ୍କୁ ଧମକାଉଛନ୍ତି ବିଜେପି ନେତା ମାନେ । ମିଶନ ଶକ୍ତିର ମା ମାନକୁ ଭୟଭୀତ କରାଇବା ସହିତ ଚରିତ୍ର ସଂହାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡ଼ି । ତେବେ ସମ୍ବଲପୁର ଜିଲ୍ଲାର ପୂର୍ବତନ ଏମପିଙ୍କ ନୋମିନି ବିଜେପି ନେତା ନରେଶ ସିଂ ଠାକୁର ବାମ୍ବରା ବ୍ଲକର ଏମବିକେ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଡରାଇବା ଓ ଧମକାଇବା ସହିତ ଫୋନରେ ଅଶୀଳ ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେଡ଼ିର ପ୍ରତିନିଧିମାନେ । ତାଙ୍କୁ ଫୋନ କରି ଗାଳିଗୁଲଜ କରୁଥିବା ବେଳର 3 ମିନିଟ 21 ସେକେଣ୍ଡର ଅଡିଓ ରେକଡିଂକୁ ଆଜି ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛି ବିଜେଡ଼ି ଦଳ । ସେହି ମହିଳା ମାନଙ୍କ ସୁରକ୍ଷା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡ଼ି ।

ଏହା ମଧ୍ୟ ପଢ଼ନ୍ତୁ.. ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରଦାର ପ୍ରଚାର, ଧର୍ମେନ୍ଦ୍ରଙ୍କୁ କଡ଼ା ଟାର୍ଗେଟ କଲେ ପାଣ୍ଡିଆନ - CM Campaign In Sambalpur

ତେବେ ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦିରେ ଭୟଭୀତ ହୋଇ ଏମବିକେ ଏବଂ ଏସଏସଜି ମହିଳା ମା’ ମାନେ ଘରୁ ବାହାରି ପାରୁନାହାନ୍ତି । ଏ ବାବଦରେ ମଧ୍ୟ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେଥିପାଇଁ ବିଜେପିର ଗୁଣ୍ଡାଗର୍ଦ୍ଦି ବିଷୟରେ ପ୍ରମାଣ ସହିତ ନିର୍ବାଚନ କମିଶନଙ୍କ ସମ୍ମୁଖରେ ବିଜେଡ଼ି ଅଭିଯୋଗ କରିଥିବା ବିଜେଡ଼ି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ 20 ତାରିଖରେ ଥିବାବେଳେ ବିଜେଡି ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିବାରେ ଲାଗିଛି । ପ୍ରମୁଖ ରାଜନୈତିକ ଦଳ ମାନେ ପରସ୍ପର ଭିତରେ ଦୋଷ ଲଦାଲଦି ହେଉଛନ୍ତି । ଆଜି ବିଜେଡ଼ିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ବିଜେପି ନେତା ଯେଉଁମାନେ ଗୁଣ୍ଡାଗର୍ଦ୍ଦିକୁ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.