ETV Bharat / state

ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ, ମତଦାନ ବାଧାପ୍ରାପ୍ତ

author img

By

Published : Feb 18, 2022, 1:20 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ତେବେ ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଦୁର୍ଗା ପ୍ରସାଦ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ, ମତଦାନ ବାଧାପ୍ରାପ୍ତ
ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ, ମତଦାନ ବାଧାପ୍ରାପ୍ତ

ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକର ୩୦ଟି ଓ ଓଡ଼ପଡା ବ୍ଲକର ୨୮ଟି ଏପରି ୫୮ଟି ପଂଚାୟତରେ ମତଦାନ କରାଯାଉଛି । ତେବେ ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଦୁର୍ଗା ପ୍ରସାଦ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ।

ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ, ମତଦାନ ବାଧାପ୍ରାପ୍ତ

ସୂଚନାଅନୁସାରେ, ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ଓ ଓଡ଼ପଡା ବ୍ଲକର ୮୧୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ସଦର ବ୍ଲକର ବେଳଟିକିରି ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଗ୍ରାମକୁ ଛାଡିଦେଲେ ଅନ୍ୟ ସବୁଠି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଦୁର୍ଗାପ୍ରସାଦ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଯୋଗୁଁ ଏଠାରେ ୧୧ନମ୍ବର ଓ ୧୨ନମ୍ବର ଦୁଇଟି ବୁଥରେ ମତଦାନ ହୋଇପାରୁ ନଥିବା ଜଣାପଡ଼ିଛି ।

ତେବେ ଗ୍ରାମବାସୀଙ୍କର ଦାବି ପୂରଣ ନହେଲେ ଭୋଟ ଦେବେ ନାହିଁ ବୋଲି ଜିଦରେ ଅଡି ବସିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.