ETV Bharat / state

ଢେଙ୍କାନାଳ କଂଗ୍ରେସ ପ୍ରଭାରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

author img

By

Published : Sep 8, 2020, 12:59 PM IST

Updated : Sep 8, 2020, 2:36 PM IST

ଚଳିତ ବର୍ଷ ବନ୍ୟାରେ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛି । ହେକ୍ଟର ହେକ୍ଟର ଚାଷ ନଷ୍ଟ ହୋଇପଡିଥିବାବେଳେ ଭୁବନ ବନ୍ୟାଜଳର ପରିଦର୍ଶନ କରିଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରଭାରୀ ମହମ୍ମଦ ମୋକିମ । ଅଧିକ ପଢନ୍ତୁ...

ଢେଙ୍କାନାଳ କଂଗ୍ରେସ ପ୍ରଭାରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ
ଢେଙ୍କାନାଳ କଂଗ୍ରେସ ପ୍ରଭାରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଢେଙ୍କାନାଳ: ଭୁବନ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସ କଟକ ବାରବାଟୀ ବିଧାୟକ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ମହମ୍ମଦ ମୋକିମ। ଚଳିତ ବର୍ଷ ଭୁବନର ଅଧିକାଂଶ ପଞ୍ଚାୟତରେ ଲୋକମାନେ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ହେକ୍ଟର ହେକ୍ଟର ଧାନ କ୍ଷେତ ନଷ୍ଟ ହୋଇଥିବାବେଳେ ପରିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି । କ୍ଷୟକ୍ଷତି ଆକଳନ କରି ଏହି ଅଞ୍ଚଳର ସମସ୍ୟା ବିଧାନସଭାରେ ଉପସ୍ଥାପନା କରିବା ନେଇ ସେ ଅଞ୍ଚଳବାସୀଙ୍କ ସହ କଥା ହୋଇଛନ୍ତି ।

ଢେଙ୍କାନାଳ କଂଗ୍ରେସ ପ୍ରଭାରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଏହି ଅବସରରେ ବନ୍ୟାଜଳରେ ଭାସିଯାଇ ମୃତ୍ୟୁ ହୋଇଥିବା ଛାତ୍ରର ପରିବାରକୁ ମଧ୍ୟ ଭେଟି ସମବେଦନା ଜଣାଇଥିଲେ । ବିଧାୟକ ଦଳୀୟ କର୍ମୀଙ୍କ ସହ ବୀର ବାଜିରାଉତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଭାରୀ ନିଜ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ରହିବା ପାଇଁ କଂଗ୍ରେସ ଦଳର ଯୁବଗୋଷ୍ଠୀଙ୍କୁ ଆହ୍ବାନ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Sep 8, 2020, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.