ETV Bharat / state

ଖେଲୋ ଇଣ୍ଡିଆରେ ଢେଙ୍କାନାଳର ସଫଳତା, ୩ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

author img

By

Published : Feb 9, 2023, 10:14 AM IST

Updated : Feb 9, 2023, 1:17 PM IST

administration felicitated Bronze medal winners
ଖେଲୋ ଇଣ୍ଡିଆରେ ଢେଙ୍କାନାଳର ସଫଳତା

ମଧ୍ୟପ୍ରଦେଶରେ ଖଲୋ ଇଣ୍ଡିଆ ୟୁଥ ଗେମ୍ସ ଜାରି ରହିଛି । ଖୋ ଖୋରେ ବ୍ରୋଞ୍ଚ ପଦକ ଜିତିଛନ୍ତି ଓଡିଶା ଦଳ । ଦଳରେ ଢେଙ୍କାନାଳ ଜିଲ୍ଲାରୁ 3 ଜଣ ଖେଳାଳି ରହିଛନ୍ତି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ

ଖେଲୋ ଇଣ୍ଡିଆରେ ଢେଙ୍କାନାଳର ସଫଳତା

ଢେଙ୍କାନାଳ: ଖେଲୋ ଇଣ୍ଡିଆରେ ଢେଙ୍କାନାଳକୁ ସଫଳତା ମିଳିଛି । ଖୋ ଖୋ ଖେଳରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡିଶା ଦଳରୁ ୩ ଜଣ ଢେଙ୍କାନାଳ ଖେଳାଳି ରହିଛନ୍ତି । ୩ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି ।

ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ମାଧ୍ୟମରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମଧ୍ୟପ୍ରଦେଶରେ ଜାରି ରହିଛି । ମଧ୍ୟ ପ୍ରଦେଶର ଭୋପାଳ ଠାରେ ଏହି ଖେଲୋ ଇଣ୍ଡିଆରେ ଖୋ ଖୋ ଖେଳ ପାଇଁ ଅଂଶ ଗ୍ରହଣ କରି ସର୍ବ ଭାରତୀୟ ସ୍ତରରେ ଓଡିଶା ଖୋଖ ଟିମ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ।

ତେବେ ଓଡିଶା ଖୋଖୋ ଦଳରେ ସାମିଲ ହୋଇଥିବା ଢେଙ୍କାନାଳ ଜିଲ୍ଲାର ୩ଜଣ ଖୋ ଖୋ ଖେଳାଳି ନିଜର ଦକ୍ଷତା ଦେଖାଇ କୃତିତ୍ବ ହାସଲ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ସତ୍ୟ ରଞ୍ଜନ ସ୍ପୋର୍ଟ୍ସ ଏକାଡେମୀର ଖୋଖୋ କୋଚ୍ ରଂଜନ ସାହୁଙ୍କ ତତ୍ବାବାଧାନରେ ପ୍ରଶିକ୍ଷଣ ନେଉଥିବା କାଣ୍ଡବିନ୍ଧା ଗ୍ରାମର ଆଶୁତୋଷ ସାହୁ, ମୁନା ବେହେରା ଓ ସୌମ୍ୟ ରଞ୍ଜନ ବାରିକ ନାମକ ଏହି ତିନି ଖୋ ଖୋ ଖେଳାଳିଙ୍କ ଦମଦାର ଖେଳ ଓଡିଶାକୁ ଏହି ସଫଳତା ଆଣିବା ଦିଗରେ ପ୍ରମୁଖ ଭୂମିକା ନେଇଥିଲେ ବୋଲି ଜଣାପଡିଛି ।

3 ଖେଳାଳିଙ୍କ ସଫଳତା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳିଙ୍କୁ ଜିଲ୍ଲା କର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ ସେଠୀ, ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ନଳିନୀ କାନ୍ତ ଦାସ ଓ ଜିଲ୍ଲା କ୍ରୀଡା ଆଧିକାରୀ ପ୍ରଦୀପ ମହାନ୍ତି ପ୍ରମୁଖ ଏହି ତିନି ଖେଳାଳି, କୋଚ୍ ରଞ୍ଜନ ସାହୁ ଓ ସତ୍ୟ ରଞ୍ଜନ ସ୍ପୋର୍ସ ଏକାଡେମୀର ସଭାପତି ସତ୍ୟରଞ୍ଜନ ପାତ୍ରଙ୍କ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।

ଏହା ବି ପଢନ୍ତୁ...Khelo India Youth Games: ଭାରଉତ୍ତୋଳନରେ ଜ୍ୟୋସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ କାଂସ୍ୟ

ପ୍ରକାଶ ଥାଉ କି, ଜାନୁଆରୀ 30 ତାରିଖରୁ ମଧ୍ୟପ୍ରଦେଶର ଭୋପାଳରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଜାରି ରହିଛି । ଏଥିରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । ଗତକାଲି ଖେଳାଯାଇଥିବା ରୋଇଂରେ ଓଡିଶା ରୌପ୍ୟ ପଦକ ହାସଲ କରିଛି । ସେହିପରି ପୂର୍ବରୁ ଓଡିଶା ରିଲେ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଆଥଲେଟିକରେ ଓଡିଶା ପାଖରେ ମୋଟ 10ଟି ପଦକ ରହିଛି । ଏହି ପ୍ରତିଯୋଗିତାରେ ଓଡିଶା ପାଖରେ ମୋଟ 24ଟି ପଦକ ରହିଛି । ସେଥିରେ 10 ସ୍ବର୍ଣ୍ଣ ପଦକ ରହିଥିବାବେଳେ 5ଟି ରୌପ୍ୟ ଓ 9ଟି ବ୍ରୋଞ୍ଜ ପଦକ ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Feb 9, 2023, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.