ETV Bharat / sports

Khelo India Youth Games: ଭାରଉତ୍ତୋଳନରେ ଜ୍ୟୋସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ କାଂସ୍ୟ

author img

By

Published : Feb 7, 2023, 9:15 AM IST

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ଆଥଲେଟଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ରାଜ୍ୟ ପାଇଁ ଗୋଟିଏ ଗୋଟିଏ ପରେ ପଦକ ଭେଟି ଦେଇଛନ୍ତି ଆଥଲେଟ । ଅଧିକ ପଢନ୍ତୁ

Khelo India Youth Games
Khelo India Youth Games

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳରେ ଜାରି ରହିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ଆଥଲେଟଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ଓଡିଶାକୁ ପଦକ ଭେଟି ଦେଇଛନ୍ତି । ସୋମବାର ଅନୁଷ୍ଠିତ ଇଣ୍ଟେଣ୍ଟରେ ଓଡିଶାକୁ ଦୁଇଟି ପଦକ ମିଳିଛି । ଦୁଇଟି ଯାକ ପଦକ ଭାରଉତ୍ତୋଳନରେ ମିଳିଛି । ଜ୍ୟୋସ୍ନା ସବର ରୌପ୍ୟ ଓ ପ୍ରୀତିସ୍ମିତା କାଂସ୍ୟ ପଦକ ଜିତିଛନ୍ତି । ଉଭୟଙ୍କୁ ଟ୍ବିଟ୍‌ କରି ଓଡିଶା ସ୍ପୋର୍ଟ୍ସ ଶୁଭେଚ୍ଛା ଜଣାଇଛି ।

ମହିଳା 40 କେଜି ବର୍ଗରେ 118କେଜି ଭାରୋଉତ୍ତୋଳନ କରି ଦ୍ବିତୀୟ ସ୍ଥାନ ସହ ଜ୍ୟୋସ୍ନା ସବର ରୌପ୍ୟ ପଦକ ଜିତିଛନ୍ତି । 40 କେଜି ବର୍ଗରେ ଜ୍ୟୋସ୍ନା 53 କେଜି ସ୍ନାଚ ଓ 65 କେଡି କ୍ଲିନ ଆଣ୍ଡ ଜର୍କ ସହ 118 କେଜି ଭାର ଉଠାଇଥିଲେ । ସେହିପରି ଅନ୍ୟତମ ଭାରଉତ୍ତୋଳିକା ପ୍ରୀତିସ୍ମିତା ମହିଳା 40 କେଜି ବର୍ଗରେ 117 କେଜି ଭାର ଉଠାଇ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ 53 କେଜି ସ୍ନାଚ୍‌ ଓ 64 କେଜି କ୍ଲିନ ଆଣ୍ଡ ଜର୍କ ସହ 117 କେଜି ଭାର ଉଠାଇଥିଲେ । ଏହି ବର୍ଗରେ ମହାରାଷ୍ଟ୍ରର ଭିନାତାଇ ଆହେର ମୋଟ 129 କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Khelo India Youth Games: ରିଲେରେ ଓଡିଶା ବାଳକ ଦଳକୁ ସ୍ବର୍ଣ୍ଣ

ପୂର୍ବରୁ ରିଲେରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓଡିଶା ବାଳକ ଦଳ । 17 ବର୍ଷରୁ କମ ଓଡିଶା ରିଲେ ଦଳ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଥିଲେ । 400 ମିଟର ରିଲେ ରେସରେ ଓଡ଼ିଶା ବାଳକ ରିଲେ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ସବିତା ଟୋପ୍ପୋ, ଯମୁନା ଟୁଡୁ, ଲକ୍ଷ୍ମୀପ୍ରିୟା କିଷାନ ଓ ମେରିମୁକ୍ତା ସୋରେଙ୍ଗ 400 ମିଟର ରିଲେ ରେସ୍‌ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ । ଆଥଲେଟିକରେ ଓଡିଶା ମୋଟ 9ଟି ପଦକ ଜିତିଛି । ସେଥିରେ 4ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ରହିଛି । ସମସ୍ତ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ ପରେ ଓଡିଶାର ପଦକ ସଂଖ୍ୟା 22ରେ ପହଞ୍ଚିଛି । ଯେଉଁଥିରେ 9ଟି ସ୍ବର୍ଣ୍ଣ, 5ଟି ରୌପ୍ୟ ଓ 8ଟି କାଂସ୍ୟ ପଏଣ୍ଟ ତାଲିକାରେ 5 ସ୍ଥାନରେ ରହିଛି ଓଡ଼ିଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.