ETV Bharat / state

ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ

author img

By

Published : Apr 4, 2020, 4:27 PM IST

A young man drowned on the banks of the Brahmani river
ବ୍ରାହ୍ମଣୀ ନଦୀ ଘାଟରେ ବୁଡି ଯୁବକଙ୍କ ମୃତ୍ୟୁ

ପରଜଙ୍ଗ କନ୍ଦରସିଂହାରରେ ଅଘଟଣ । ନଦୀରେ ଯୁବକ ଭାସି ଯାଇ ମୃତ୍ୟୁ ।ଗାଁରେ ଶୋକାକୂଳ ପରିବେଶ । ଅଧିକ ପଢନ୍ତୁ....

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କନ୍ଦରସିଂହାରରେ ଅଘଟଣ । ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ବୁଡି ଯିବାରୁ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ କନ୍ଦରସିଂହାର ଅମରେନ୍ଦ୍ର ବିଶ୍ବାଳ ବୋଲି ଜଣାପଡିଛି । ଅମରେନ୍ଦ୍ର ଶୁକ୍ରବାର ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ ନିଜ ଘର ପାଖ କନ୍ଦରସିଂହା ନଦୀ ପଠାକୁ ଗାଧୋଇବାକୁ ଯାଇଥିଲେ । ହେଲେ, ସେ ପାଣିରେ ବୁଡି ଯାଇଥିଲେ । ପରେ ଓଡ୍ରାଫ ଟିମ ଓ ପରଜଙ୍ଗ ଅଗ୍ନିଶମ ବାହିନୀର ଘଟଣାସ୍ଥଲରେ ପହଞ୍ଚି ଖୋଜାଖୋଜି କରିଥିଲେ । ହେଲେ, ତାଙ୍କର ପତ୍ତା ମିଳି ନ ଥଲା ।

ବ୍ରାହ୍ମଣୀ ନଦୀ ଘାଟରେ ବୁଡି ଯୁବକଙ୍କ ମୃତ୍ୟୁ

ତେବେ ଶନିବାର ସ୍ଥାନୀୟ ଲୋକମାନେ ଝରାସାହି ନିକଟ ନଦୀ ପଠା ନିକଟରେ ତାଙ୍କ ମୃତଦେହ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଏ ନେଇ ଗାଁରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.