ETV Bharat / state

ସରାଙ୍ଗ ଇଞ୍ଜିନିୟରିଂ ଛାତରୁ ପଡି ଛାତ୍ର ଗୁରୁତର, ତଦନ୍ତ ଆରମ୍ଭ କଲା ପୋଲିସ

author img

By

Published : Apr 2, 2023, 8:21 PM IST

ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଅଘଟଣ, ଛାତରୁ ପଡି ଛାତ୍ର ଗୁରୁତର
ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଅଘଟଣ, ଛାତରୁ ପଡି ଛାତ୍ର ଗୁରୁତର

ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ IGITରେ ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ଗୁରୁତର । ଛାତ୍ରାଛତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଅଘଟଣ, ଛାତରୁ ପଡି ଛାତ୍ର ଗୁରୁତର

ଢେଙ୍କାନାଳ: ଜିଲ୍ଲା ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଅଘଟଣ । ସରାଙ୍ଗ ସ୍ଥିତ ଆଇ.ଜି.ଆଇଟି ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ଗୁରୁତର । ଗୁରୁତର ଛାତ୍ରକୁ ପ୍ରଥମେ ଅନୁଗୋଳ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ସୂଚନା । ଗୁରୁତର ଛାତ୍ର ଜଣକ ମେଟାଲୋଜି ବିଭାଗର ଶେଷ ବର୍ଷର ଛାତ୍ର ସତ୍ୟମ ଖାଲକୋ । ସେ ସୂର୍ଯ୍ୟ ଭବନ ହଷ୍ଟେଲରେ ରହୁଥିବା ବେଳେ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଛାତରୁ ପଡି ଗୁରୁତର ଆହତ ହୋଇଛନ୍ତି ।

ଏପରି ଅଭାବନୀୟ ଘଟଣାକୁ ନେଇ ସରଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ପରଜଙ୍ଗ ଥାନା ଓ ସରାଙ୍ଗ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କିଛି ଛାତ୍ରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ସୂଚନା ମୁତାବକ ଗତକାଲି କଲେଜର ଉତ୍କଳ ଦିବସ ଉପଲକ୍ଷେ ଫେୟାର ଫନ୍‌ କାର୍ଯ୍ୟକ୍ରମ ଚାଲିଥିଲା । ଏହି ପୋଗ୍ରାମରେ ଛାତ୍ରଛାତ୍ରୀମାନେ ନିଜେ ଷ୍ଟଲ ମାଧ୍ୟମରେ ଦୋକାନ ଖୋଲିବେ ଏବଂ ଏହି ଦୋକାନରୁ ସେହି କଲେଜ ଛାତ୍ରଛାତ୍ରୀ ମାନେ କିଣାବିକା କରିଥାଆନ୍ତି । ଏହା ପ୍ରତ୍ୟେକ ବର୍ଷ ଉତ୍କଳ ଦିବସ ତଥା ଏପ୍ରିଲ ୧ ତାରିଖ ଦିନ ପାଳିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାତି ପ୍ରାୟ ୧୨.୪୦ ପର୍ଯ୍ୟନ୍ତ ଚାଲିଥିଲା ।

କଲେଜ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ‘‘ଗୁରୁତର ଛାତ୍ରକୁ ତୁରନ୍ତ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ ତାପରେ ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଏବେ ତାଙ୍କ ଚିକିତ୍ସା ଜାରି ରହିଛି । ’’ଖବର ପାଇ ସରାଙ୍ଗ ଫାଣ୍ଡି ଅଧକାକାରୀ ସୂର୍ଯ୍ୟ ହଷ୍ଟେଲରେ ପହଞ୍ଚି ଦୁଇ ଜଣ ଛାତ୍ର ଓ ଦୁଇଜଣ ଅଣଛାତ୍ରକୁ ପଚରାଉଚରା ଚଳାଇଛି । ତେବେ କଲେଜରେ ଛାତ୍ର ଓ ଅଣଛାତ୍ର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । ଗଣ୍ଡଗୋଳରୁ ଛାତ୍ର ଜଣକ ଛାତରୁ ଡେଇଁ ପଡିଛନ୍ତି ନା କେହି ପେଲି ଦେଇଛନ୍ତି ତାହାକୁ ନେଇ ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ଦୁଇଜଣ ଛାତ୍ରଙ୍କୁ ପୋଲିସ ଫାଣ୍ଡିରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ କଡା ସୁରକ୍ଷା ଭିତରେ ହଷ୍ଟେଲଟି ରହୁଥିବା ବେଳେ, କିଭଳି ଅଣ ଛାତ୍ରଙ୍କୁ ହଷ୍ଟେଲକୁ ପ୍ରବେଶ କରାଗଲା ତାହାକୁ ନେଇ ହଷ୍ଟେଲର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.