ETV Bharat / state

ଦନ୍ତା ହାତୀର ଉନ୍ମତ୍ତକାଣ୍ଡ, ଶୁଣ୍ଢରେ କଚାଡି ନେଇଗଲା ୨ ଜୀବନ

author img

By

Published : Jan 21, 2023, 8:11 PM IST

ରକ୍ତମୁଖା ପାଲଟିଛି ଦନ୍ତା
ରକ୍ତମୁଖା ପାଲଟିଛି ଦନ୍ତା

ରକ୍ତମୁଖା ପାଲଟିଛି ଦନ୍ତା । ଜଣଙ୍କ ପରେ ଜଣେ ଦୁଇଜଣଙ୍କୁ ମାରିଦେଲା ହାତୀ । ଜଣଙ୍କ ପରେ ଜଣଙ୍କୁ କଚାଡି ମାରିବା ପରେ ଏବେ ନରହନ୍ତା ଦନ୍ତା ହାତୀକୁ ନେଇ ଆତଙ୍କିତ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ରକ୍ତମୁଖା ପାଲଟିଛି ଦନ୍ତା

ଢେଙ୍କାନାଳ: ଅନୁଗୋଳ ପରେ ଏବେ ଢେଙ୍କାନାଳ ଜିଲ୍ଲାରେ ରକ୍ତ ମୁଖା ପାଲଟିଯାଇଛି ଏକ ଦନ୍ତା ହାତୀ । ଏହି ଦନ୍ତା ଜଣଙ୍କ ପରେ ଜଣଙ୍କୁ ଏପରି ଆଜି ଗୋଟିଏ ଦିନରେ ଦୁଇଜଣଙ୍କୁ ମରିଦେଇଛି । ଫଳରେ ଏହି ନରହନ୍ତା ଦନ୍ତା କୁ ନେଇ ଏବେ ଢେଙ୍କାନାଲ ବନଖଣ୍ଡର ପରାଜଙ୍ଗ ବନାଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ମୁତାବକ, ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ପରଜଙ୍ଗ ଡିହଡୋଳ ଫରେଷ୍ଟ ସେକ୍ସନ ରେ ଆଜି ସକାଳେ ଏହି ହନ୍ତା ହାତୀ ଦୁଇଟି ଗାଁରେ ଉନ୍ମତ୍ତକାଣ୍ଡ ଘଟାଇଛି।

ଏପରିକି ଏହି ଦନ୍ତା ହାତୀ ଆକ୍ରମଣ ରେ ଅଲଗା ଅଲଗା ଜଣେ ବୃଦ୍ଧ ଓ ଜଣେ ବୃଦ୍ଧା ଏପରି ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଓ ଅନ୍ୟ ବୃଦ୍ଧା ଜଣକ ହେଉଛନ୍ତି ପରଜଙ୍ଗ ଗଣ୍ଡତଇଲା ଗ୍ରାମର ବାରି ନାୟକ । ଖାଲପାଳ ର ଏହି ମୃତ ଅଲେଖ ନାୟକ ତାଙ୍କ ଘର ପଛ ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ନର ହନ୍ତା ଦନ୍ତା ହାତୀ ଟି ତାଙ୍କୁ ଆକ୍ରମଣ କରି ଟେକି କଚାଡି ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ପରେ ଏହି ରକ୍ତମୁଖା ଦନ୍ତା ପରଜଙ୍ଗ ଗଣ୍ଡ ତଇଲା ଗାଁ କୁ ପଶିଥିଲା । ଏହି ଗଣ୍ଡତଇଲା ଗ୍ରାମର ବାରି ନାୟକ ତାଙ୍କ ଘର ପଛ ପଡିଆରେ ନିଜ କାମ କରୁଥିଲେ । ଏହି ସମୟରେ ଏହି ଦନ୍ତା ହାବୁଡ଼ରେ ପଡି ଯିବାରୁ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁଇ ଜଣଙ୍କୁ ଆକ୍ରମଣ କରି ମାରିଦେବା ପରେ ହାତୀଟି ପାଖ ବାରବାଙ୍କ ଜଂଗଲରେ ରହିଥିବା ଜଣାପଡିଛି।

ଘଟଣାସ୍ଥଳରେ ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଦୁଇଟି ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି। ସେପଟେ ଏନେଇ ବନ ବିଭାଗ ହାତୀ ଗତି ପଥ ଉପରେ ନଜର ରଖିଥିବା ବେଳେ, ହାତୀ ଟି ଏବେ ବାରବାଙ୍କ ସରଂକ୍ଷିତ ଜଙ୍ଗଲ ରେ ଥିବା ବନ ବିଭାଗ ସୂଚନା ଦେଇଛି । ସେପଟେ ଗୋଟିଏ ଦିନରେ ଦୁଇ ଦୁଇ ଜଣଙ୍କୁ ମାରି ପାଖ ଜଙ୍ଗଳରେ ରହିଥିବା ଏହି ରକ୍ତମୁଖା ହାତୀକୁ ନେଇ ଆଖ ପାଖ ପରଜଙ୍ଗ, ଲୋଧଣି,କନ୍ଦରସିଙ୍ଗା ଓ ଦିହଡୋଳ ଆଦି ଗ୍ରାମର ଗ୍ରାମବାସୀ ମାନେ ଆତଙ୍କିତ ଆବସ୍ଥାରେ ରହିଛନ୍ତି ।

ତେବେ ଗତ ଗୁରୁବାର ରାତିରେ ମଧ୍ୟ ଏକ ଦନ୍ତାହାତୀ କାମାକ୍ଷାନଗର ସହର ମଧ୍ୟରେ ପଶି ଉନ୍ମତ୍ତକାଣ୍ଡ ଘଟାଇବାପରେ ଉଭୟ ପରଜଙ୍ଗ ଓ ଏପଟେ କାମାକ୍ଷାନଗର ଅଂଚଳ ବାସୀ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏପରି ହାତୀ ମାନଙ୍କରେ ବାରମ୍ବାର ଆକ୍ରମଣ ନେଇ ବନବିଭାଗ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇ ଥିବା ରୁ ସ୍ଥାନୀୟ ଅଞ୍ଚଲର ଲୋକ ମାନେ ଆନ୍ଦୋଳନ ପାଇଁ ଅଣ୍ଟା ଭିଢୁଥିବା ସୂଚନା ମିଳିଛି। ଏହାସହ ମହାବିରୋଡ଼ ବନାଞ୍ଚଳର ରେ କେହି ସ୍ଥାୟୀ ରେଞ୍ଜର ନଥିବା ଫଳରେ କୌଣସି ପଦକ୍ଷେପ ନେବାରେ ବନବିଭାଗ ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଅପରପକ୍ଷରେ ବର୍ତ୍ତମାନ ଘନ କୁହୁଡି ଯୋଗୁ ଲୋକମାନେ ହାତୀ ଦେଖି ପାରୁନଥିବା ଯୋଗୁ ଏଭଳି ଘଟଣା ଘଟୁଥିବା ଜଣାପଡିଛି। ତେଣୁ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କୁହୁଡି ନଛାଡିବା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ସଚେତନ କରାଇବାର ଆବଶ୍ୟକ ହୋଇପଡିଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.