ବଳି ପାଇଁ ଶିଶୁପୁତ୍ର ଅପହରଣ ବେଳେ ଧରିଲେ ଗ୍ରାମବାସୀ, ତାନ୍ତ୍ରିକ ଗିରଫ

author img

By

Published : Nov 22, 2022, 11:08 AM IST

Updated : Nov 22, 2022, 1:00 PM IST

ସ୍ବପ୍ନାଦେଶ ପରେ ଶିଶୁପୁତ୍ରକୁ ଅପହରଣ ଉଦ୍ୟମ

ଶିଶୁବଳି ପାଇଁ ଛଅ ବର୍ଷର ଶିଶୁକୁ ଅପହରଣ ଉଦ୍ୟମ । ତାନ୍ତ୍ରିକ ଓ ଦମ୍ପତିଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଦେବଗଡ: ଏକବିଂଶ ଶତାବ୍ଦୀରେ ପାଦ ଥାପିଲାଣି ମଣିଷ ସମାଜ । ମାତ୍ର ଲୋକଙ୍କ ମନରୁ ଏବେବି ଲିଭିନାହିଁ ଅନ୍ଧ ବିଶ୍ବାସ । ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ଘଟାଇ ଚାଲିଛି ଗୋଟିଏ ପରେ ଗୋଟିଏ ନୃଶଂସ କାଣ୍ଡ । ଫଳରେ କେତେବେଳେ କାହାର ଜୀବନ ଯାଉଛି ତ ଆଉ କିଏ ଅଳ୍ପକେ ବର୍ତ୍ତି ଯାଉଛି । ଅନ୍ଧ ବିଶ୍ବାକୁ ନେଇ ବଳି ଉଦ୍ୟମ କରାଯାଉଥିବାବେଳେ, ଅଳ୍ପକେ ବର୍ତ୍ତିଯାଇଛି ଶିଶୁପୁତ୍ରର ଜୀବନ । ଶିଶୁବଳି ପାଇଁ ଅପହରଣ ଉଦ୍ୟମ କରୁଥିବା ବେଳେ ତାନ୍ତ୍ରିକ ଠାରୁ ଛଅ ବର୍ଷର ଶିଶୁକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଖଣ୍ଡାଧୂଆଁ ଗ୍ରାମରେ । ଏହି ଘଟଣାରେ ଜଣେ ତାନ୍ତ୍ରୀକ ଓ ଦମ୍ପତିକୁ ପୋଲିସ ଗିରଫ କରିଛି ।

ସ୍ବପ୍ନାଦେଶ ପରେ ଶିଶୁପୁତ୍ରକୁ ଅପହରଣ ଉଦ୍ୟମ

ମହୁଲ ଗଛରେ ମହାଦେବ ବାହାରିବା ନେଇ ସ୍ବପ୍ନାଦେଶ

ଗତ ଶ୍ରାବଣ ମାସରେ ଅଭିଯୁକକ୍ତ ଦମ୍ପନ୍ତି ନିରଞ୍ଜନ ଓ ପତ୍ନୀ ବନିତାକୁ ସ୍ବପ୍ନାଦେଶ ହୋଇଥିଲା ଖଣ୍ଡାଧୂଆଁ ମହୁଲ ଗଛରେ ମହାଦେବ ବାହାରିବେ । ଏନେଇ ସେ ଜଣେ ତାନ୍ତ୍ରିକକୁ କହିବା ପରେ ସେ ଶିଶୁ ବଳି ଦେବାକୁ ପଡିବ ବୋଲି କହିଥିଲେ । ଫଳରେ ସେମାନେ ଗ୍ରାମ ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୂଜା କରୁଥିବାବେଳେ, ସେଠାରେ ଶିଶୁ ବଳି ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ଗତ ରବିବାର ବଣିଆକିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମରେ ତାନ୍ତ୍ରିକ ଛଅ ବର୍ଷର ଶିଶୁ ପୁତ୍ର କୁ ବଳି ଦେବା ପାଇଁ ଅପହରଣ ଉଦ୍ୟମ କରୁଥିଲା । ଏହି ସମୟରେ ଶିଶୁଟି ଚିତ୍କାର କରିବାରୁ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ତାନ୍ତ୍ରିକ ଜଣକ ଗ୍ରାମବାସୀଙ୍କୁ ଦେଖି ସେଠାରୁ ଫେରାର ହୋଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Archana Nag case: EDରେ ହାଜର ହେଲେ ଶିଳ୍ପପତି ଅମୀୟ ଦାସ

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ଦେବଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଏଥିରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମର ନିରଞ୍ଜନ ବେହେରା, ତାଙ୍କ ସ୍ତ୍ରୀ ବନିତା ବେହେରା ଓ ଛେଣ୍ଡିପଦା ଅଞ୍ଚଳର ତାନ୍ତ୍ରିକ ଭାବେ ଆସିଥିବା ତ୍ରୀନାଥ ବେହେରା । ଏହି ତିନିଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପହରଣ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗ୍ରାମ ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୂଜା ତାନ୍ତ୍ରିକ ଶିଶୁ ବଳି ପାଇଁ ଯୋଜନା କରୁଥିବା ଜଣାପଡିଛି । ପୂଜା ସ୍ଥଳରେ ବଳି ପାଇଁ ପ୍ରସ୍ତୁତ ଥିବା ପୂଜା ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଇଟିଭି ଭାରତ, ଦେବଗଡ

Last Updated :Nov 22, 2022, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.