Archana Nag case: EDରେ ହାଜର ହେଲେ ଶିଳ୍ପପତି ଅମୀୟ ଦାସ

author img

By

Published : Nov 22, 2022, 10:38 AM IST

EDରେ ହାଜର ହେଲେ ଶିଳ୍ପପତି ଅମୀୟ ଦାସ

ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ଶିଳ୍ପପତି ଅମୀୟ ଦାସ । ଅମୀୟଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାଞ୍ଜାକ୍ସନ ନେଇ ଖବର ପାଇବା ପରେ ଇଡି ପକ୍ଷରୁ ହୋଇଥିଲା ସମନ । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଣଙ୍କୁ ପରେ ଜଣଙ୍କୁ ସମନ ଜାରି କରି ତଥ୍ୟ ସଂଗ୍ରହ କରୁଛି ଇଡି । ଆଜି ଇଡିରେ ହାଜର ହୋଇଛନ୍ତି ଶିଳ୍ପପତି ଅମୀୟ ଦାସ(Industrialist Amiya Das Appeared in ED) । ଅର୍ଚ୍ଚନା ନାଗ ମାମଲାରେ ହୋଟେଲ ଶିଳ୍ପପତି ଅମୀୟ ଦାସଙ୍କୁ ସମନ ଜାରି କରିଥିଲା ଇଡି । ୨୦୨୧-୨୨ ରେ ଅମୀୟଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଛି ଲକ୍ଷାଧିକ ଟଙ୍କା । ଟ୍ରାଞ୍ଜାକ୍ସନ ନେଇ ଖବର ପାଇବା ପରେ ଇଡି ପକ୍ଷରୁ ହୋଇଥିଲା ସମନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.