ETV Bharat / state

ରାଉରକେଲାରୁ ନିଖୋଜ ଯୁବକ ମୃତଦେହ ବାରକୋଟ ବ୍ରାହ୍ମଣୀ ପୋଲ ତଳୁ ଉଦ୍ଧାର

author img

By

Published : Oct 6, 2021, 10:52 PM IST

ରାଉରକେଲାରୁ ନିଖୋଜ ଯୁବକର ମୃତଦେହ ବାରକୋଟ ବ୍ରାହ୍ମଣୀ ପୋଲ ତଳୁ ଉଦ୍ଧାର
ରାଉରକେଲାରୁ ନିଖୋଜ ଯୁବକର ମୃତଦେହ ବାରକୋଟ ବ୍ରାହ୍ମଣୀ ପୋଲ ତଳୁ ଉଦ୍ଧାର

ରାଉରକେଲା ବେଦବ୍ୟାସ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଗତ ୪ ତାରିଖ ଦିନ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ଦେବଗଡ଼ ଜିଲ୍ଲା ବାରକୋଟ ସ୍ଥିତ ବ୍ରାହ୍ମଣୀ ନଦୀ ପୋଲ ତଳୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଦେବଗଡ଼: ରାଉରକେଲା ବେଦବ୍ୟାସ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଗତ ୪ ତାରିଖ ଦିନ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ଆଜି(ବୁଧବାର) ଦେବଗଡ଼ ଜିଲ୍ଲା ବାରକୋଟ ସ୍ଥିତ ବ୍ରାହ୍ମଣୀ ନଦୀ ପୋଲ ତଳୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ରାଉରକେଲା ପ୍ଲାଣ୍ଟ ସାଇଟ ଅନ୍ତର୍ଗତ ଜିଟି ଲେନ ପଞ୍ଚମନ୍ଦିର ନିବାସୀ ସୋମନାଥ ଓଝାଙ୍କ ୨୨ ବର୍ଷୀୟା ପୁଅ ବିକାଶ ଓଝା ଗତ ସୋମବାର (୨୨ ତାରିଖ) ଦିନ ନିଜ ସାଙ୍ଗ ମାନଙ୍କ ସହିତ ବେଦବ୍ୟାସ ସ୍ଥିତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇ ଯାଇଥିଲେ । ଏନେଇ ପରିବାର ଲୋକେ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦେଇଥିଲେ ।

ତେବେ ବନ୍ୟା ଜଳରେ ଭାସିଯାଇ ବିକାଶ ମୃତ୍ୟୁବରଣ କରିଥିବା ବେଳେ, ଆଜି ଏକ ମୃତଦେହ ଦେବଗଡ଼ ଜିଲ୍ଲା ବାରକୋଟ ସ୍ଥିତ ବ୍ରାହ୍ମଣୀ ନଦୀ ପୋଲତଳେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଓ ଏସମ୍ପର୍କରେ ବାରକୋଟ ପୋଲିସକୁ ଖବର ଦେଇଥିଲେ । ବାରକୋଟ ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ଆଜି ମୃତଦେଉ ଉଦ୍ଧାର କରାଯାଇଛି ।

ଏହି ମୃତଦେହ ନିଖୋଜ ଥିବା ବିକାଶର ବୋଲି ପୋଲିସ ଚିହ୍ନଟ କରିଛି । ଏସଂକ୍ରାନ୍ତରେ ବାରକୋଟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.