ETV Bharat / state

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

author img

By

Published : Apr 16, 2021, 3:51 PM IST

ଜମିଜମା ବିବାଦକୁ ନେଇ ଦେବଗଡରେ ନାରକୀୟ କାଣ୍ଡ । ଦିଅର ଟାଙ୍ଗିଆ ଚୋଟରେ ଭାଉଜ ପ୍ରାଣ ହରାଇଥିବା ସୂଚନା । ଅଧିକ ପଢନ୍ତୁ....

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ
ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଦେବଗଡ଼: ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜମିଜମା ମାମଲାକୁ କେନ୍ଦ୍ରକରି ଦିଅର ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ଆଶିଛି । ଏଥିସହ ପୁତୁରା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ତୁଙ୍ଗାମାଲ ଗ୍ରାମର ଜଗବନ୍ଧୁ ସାହୁ ଓ ହାଡ଼ିବନ୍ଧୁ ସାହୁଙ୍କ ମଧ୍ୟରେ ପୈତୃକ ଜମିଜମା ଭାଗବଣ୍ଟାକୁ ନେଇ ବିବାଦ ଲାଗିରହିଥିଲା । ଗତକାଲି(ଗୁରୁବାର) ରାତିରେ ଏହାକୁ ନେଇ ବିବାଦ ପୁଣିଥରେ ଦେଖାଦେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହାଡ଼ିବନ୍ଧୁ ଏକ ଟାଙ୍ଗିଆ ସାହାଯ୍ୟରେ ଭାଉଜ ଗୋଲାପ ସାହୁ(61)ଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ଗୋଲାପଙ୍କ ପୁଅ ସନ୍ତୋଷ ସାହୁ(35) ମାଆକୁ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ହାଡ଼ିବନ୍ଧୁ ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ ।

ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ମାତ୍ର ବାଟରେ ଗୋଲାପଙ୍କ ମୃତ୍ୟୁ ହୋଇ ଥିବାବେଳେ ସନ୍ତୋଷ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସନ୍ତୋଷଙ୍କ ସ୍ତ୍ରୀ ବିନତି ସାହୁ କୁଣ୍ଢେଇଗୋଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଭାରପ୍ରାପ୍ତ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ହାଡ଼ିବନ୍ଧୁକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.