ETV Bharat / state

ନିର୍ମାଣର ବର୍ଷେ ନପୁରୁଣୁ ଧୋଇଗଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା

author img

By ETV Bharat Odisha Team

Published : Oct 19, 2023, 9:28 AM IST

low quality road works
low quality road works

ତିଳେଇବଣି ବ୍ଲକ କଂସରଠାରୁ ଚାଇମନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ । ନିର୍ମାଣ ହେବାର ବର୍ଷ ନପୁରୁଣୁ ନପୁରୁଣୁ ଧୋଇଗଲା ରାସ୍ତା । ଅଧିକ ପଢ଼ନ୍ତୁ

low quality road works

ଦେବଗଡ: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ ସରକାରୀ ବାବୁଙ୍କ ଅପାରଗତା ଯୋଗୁଁ ରାସ୍ତା ନିର୍ମାଣର କିଛି ଦିନ ଭିତରେ ରାସ୍ତାର ହାଲ ବେହାଲ । ନିର୍ମାଣ ହେବାର ଛଅ ମାସ ନପୁରୁଣୁ ଧୋଇଗଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନବନିର୍ମିତ ରାସ୍ତା । ତେବେ ଦେବଗଡ଼ ଜିଲ୍ଲା କଂସରଠାରୁ ଚାଇମନ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।

ତେବେ ଜିଲ୍ଲାର ତିଳେଇବଣି ବ୍ଲକ କଂସର ଠାରୁ ଚାଇମନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏହି 8 .100 କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ମୋଟ 555.19 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର ଡକାଯାଇଥିଲା । ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାର ଗତ 2021 ମସିହା ମାର୍ଚ୍ଚ ମାସଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ରାସ୍ତାର ନିର୍ମାଣ କାର୍ଯ୍ୟ ଗତ 2022 ମସିହା ଜାନୁଆରୀ ମାସରେ ସମାପ୍ତ ହେବାକଥା । ମାତ୍ର ସମ୍ପୃକ୍ତ ଠିକାଦାର ଏହାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରି ଗତ କିଛି ମାସ ପୂର୍ବରୁ ଏହାର କାର୍ଯ୍ୟ ସମାପ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସରକାରଙ୍କ ମାଲ୍‌ ଦରିଆ ମେଁ ଡାଲ, ମାସେ ନ ପୁରୁଣୁ ରାସ୍ତା ଫାଟି ଆଁ

ରାସ୍ତା ନିର୍ମାଣ ପରେ ଜିଲ୍ଲାର ଏହି ଦୁର୍ଗମ ତଥା ପାର୍ବତ୍ୟ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା ସୁଗମ ହେବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧି ବସିଥିଲେ । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଏହି ରାସ୍ତା ନିର୍ମାଣ ହେବାର ଛଅମାସ ନହେଉଣୁ ବେହାଲ ହୋଇ ପଡ଼ିଛି । ଗତ କିଛିଦିନ ପୂର୍ବରୁ ଦେବଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନକାଚର ଗ୍ରାମ ନିକଟସ୍ଥ ଘାଟି ରାସ୍ତାର ପ୍ରାୟ 200 ମିଟର ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି । ଘାଟିରାସ୍ତାର ଉଭୟ ପାର୍ଶ୍ଵରେ ଗାର୍ଡୱାଲ୍‌ କିମ୍ବା ପ୍ରୋଟେକ୍ସନ ୱାଲ ଦିଆଯାଇ ନଥିବାରୁ ପାହାଡ଼ ଉପରୁ ବର୍ଷାଜଳ ରାସ୍ତାରେ ପ୍ରବାହିତ ହୋଇ କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ଵ ଧୋଇଦେଇଛି ।

ଏହା ମଧ୍ୟ ପଢନ୍ତୁ- ରାସ୍ତା ପାଇଁ ହୀନସ୍ତା, ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ

କଂକ୍ରିଟ ରାସ୍ତା ତଳ ଭାଗରୁ ମାଟି ଧୋଇଯିବାରୁ ରାସ୍ତାଟି ଶୁନ୍ୟରେ ଝୁଲି ରହିଛି । ଫଳରେ ଏହି ଘାଟିରାସ୍ତାଟି ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ଏନେଇ ଏହି ରାସ୍ତାରେ ଚାରି ଚକିଆ ଯାନ ବାହାନ ଚଳାଚଳ କରିବା ତ ଦୁରକଥା , ଲୋକେ ଚାଲିଯିବାକୁ ମଧ୍ୟ ଭୟ କରୁଛନ୍ତି । ତେବେ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ତଥା ବିଶେଷ କରି ଘାଟି ରାସ୍ତାର ଉଭୟ ପାର୍ଶ୍ଵରେ ଗାର୍ଡ ୱାଲ କିମ୍ବା ପ୍ରୋଟେକ୍ସନ ୱାଲ ଦିଆଯାଇ ନଥିବାରୁ ରାସ୍ତା ଅବସ୍ଥା ଏଭଳି ବିପଦ ସଂକୁଳ ହୋଇପଡିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ,ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.