ETV Bharat / state

କେତେବେଳେ କୋଭିଡ ଆକ୍ରାନ୍ତ ଯିବେ ହସ୍ପିଟାଲ ? କହିଲେ ଡାକ୍ତର ଜୟନ୍ତ ପଣ୍ଡା

author img

By

Published : May 11, 2021, 10:04 PM IST

କୋରୋନା ଆକ୍ରାନ୍ତଙ୍କୁ କେତେବେଳେ ହସ୍ପିଟାଲର ଆବଶ୍ୟକତା ପଡ଼େ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ...

କେତେବେଳେ କୋଭିଡ ଆକ୍ରାନ୍ତ ଯିବେ ହସ୍ପିଟାଲ , କହିଲେ  ଡାକ୍ତର ଜୟନ୍ତ ପଣ୍ଡା
କେତେବେଳେ କୋଭିଡ ଆକ୍ରାନ୍ତ ଯିବେ ହସ୍ପିଟାଲ , କହିଲେ ଡାକ୍ତର ଜୟନ୍ତ ପଣ୍ଡା

କଟକ: ବଢୁଛି କୋଭିଡ ସଂକ୍ରମଣ ସଂଖ୍ୟା । ପ୍ରଥମ ଲହରୀ ଅପେକ୍ଷା ଦ୍ବିତୀୟ ଲହରିରେ ମୃତ୍ୟୁ ହାର ବୃଦ୍ଧି ପାଉଛି । ତେବେ ସମସ୍ତ କୋରୋନା ରୋଗୀଙ୍କୁ ହସ୍ପିଟାଲ ଯିବା ଆବଶ୍ୟକତା ନଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଏବେ ପ୍ରଶ୍ନ ଉଠୁଛି ଜଣେ କୋରୋନା ଆକ୍ରାନ୍ତ କୁ କେତେବେଳେ ହସ୍ପିଟାଲର ଆବଶ୍ୟକତା ପଡ଼େ?

କେତେବେଳେ କୋଭିଡ ଆକ୍ରାନ୍ତ ଯିବେ ହସ୍ପିଟାଲ , କହିଲେ ଡାକ୍ତର ଜୟନ୍ତ ପଣ୍ଡା

ଜଣେ କେମିତି ଜାଣିବ ଯେ ସେ ଗୁରୁତର ? ବିଶେଷକରି ଗ୍ରାମାଞ୍ଚଳର ଜଣେ ବ୍ୟକ୍ତି କିପରି ଜାଣିବ ଯେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗୁଡୁଛି ଆଉ ସେ ଏବେ ହସ୍ପିଟାଲ ଯାଇ ଆବଶ୍ୟକୀୟ ଚିକିତ୍ସା କରିବା ଜରୁରୀ ? ଏନେଇ ମତ ରଖିଛନ୍ତି କୋଭିଡ ପରିଚାଳନା ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ।

ଯେତେବେଳେ ଜଣେ ବ୍ୟକ୍ତି ଅଧିକ ପରିମାଣରେ ନିଶ୍ବାସ ପ୍ରଶ୍ବାସ ନେଉଛନ୍ତି ଆଉ ଧଇସଇଁ ହେଉଛନ୍ତି , ସେତେବେଳେ ଆକ୍ରାନ୍ତଙ୍କ ସ୍ଥିତି ଖରାପ ହେଉଛି ବୋଲି ଜଣାଯାଏ । ଏଭଳି ସ୍ଥିତିରେ ହସ୍ପିଟାଲରେ ଆଡ଼ମିଶନ ହେବା ଆବଶ୍ୟକ । ସେହିଭଳି ଅକ୍ସିଜେନ ସ୍ତର ଯେବେ ୯୦ ରୁ ୯୨ ମଧ୍ୟରେ ରହିବ ସେତେବେଳେ ଡାକ୍ତର ପରାମର୍ଶ ନେବା ଆବଶ୍ୟକ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.