ETV Bharat / state

ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଭିଜିଲାନ୍ସ ଦାଖଲ କଲା ୩ ହଜାର ପୃଷ୍ଠାର ଚାର୍ଜସିଟ

author img

By

Published : Apr 22, 2023, 9:00 PM IST

ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ
ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ

କଟକ: ପୁଣି ବଢିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଏହି ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ଜଣାପଡ଼ିଛି । ମୋଟ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ସମ୍ପର୍କରେ ଚାର୍ଜସିଟ୍ ଫର୍ଦ୍ଦରେ ଉଲ୍ଲେଖ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଦଳ ବିରୋଧରେ ବିଦ୍ରୋହ ପରେ ବଢ଼ୁଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ । ତେବେ ଆଜି ବିଧାୟକଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ବିଧାୟକ ପ୍ରଦୀପଙ୍କ ପତ୍ନୀଙ୍କୁ ମଧ୍ୟ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ବୋଲି ଦର୍ଶାଯାଇଛି । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଚାର୍ଜସିଟରେ ଦର୍ଶାଯାଇଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୧ ମସିହା ଅଗଷ୍ଟ ୪ ତାରିଖରେ ବିଧାୟକ ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୨୦୨୨ ଜୁନ ୯ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ ବିଭାଗ । ତଦନ୍ତ ରିପୋର୍ଟ ଅନୁଧ୍ୟାନ କରିବା ପରେ ଗତ ୨୦ ତାରିଖରେ ବିଧାୟକ ପ୍ରଦୀପଙ୍କ ବିରୋଧରେ ଚାର୍ଜସିଟ ଦାଖଲ ପାଇଁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଗୋପାଳପୁର ବିଧାୟକଙ୍କ ପାଇଁ ଏହି ଘଟଣା ନିଶ୍ଚୟ ମୁଣ୍ଡ ବିନ୍ଧାର କାରଣ ପାଲଟିବ । କାରଣ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଆଜି ଚାର୍ଜସିଟ ଦାଖଲ ହୋଇଛି । ପୂର୍ବରୁ ଟାଟା ମୋଟର୍ସ ସଂସ୍ଥାରେ ଚାକିରୀ କରେଇ ଦେବା ନାଁରେ ଟଙ୍କା ଆଦାୟ ମାମଲାରେ ଗିରଫ ହୋଇଥଲେ ପ୍ରଦୀପ ପାଣିଗ୍ରାହୀ । ଯେଉଁ ଆଧାରରେ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଆକାଶ ପାଠକଙ୍କ ସହ ମିଶି ଚାକରି ଦେବା ଉଦ୍ଦେଶ୍ୟରେ ଟଙ୍କା ହଡ଼ପ କରିବା ଘଟଣା ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ନିର୍ବାଚନ ପାଖେଇ ଅସୁଥିଲା ବେଳେ ଅନ୍ୟପଟେ ଚାର୍ଜସିଟ ଅଡ଼ୁଆ ନିଶ୍ଚୟ ବିଧାୟକଙ୍କ ଚିନ୍ତା ବଢାଇ ପାରେ । ତେଣୁ ଆଗମୀ ଦିନରେ ପ୍ରଦୀପଙ୍କ ପାଇଁ ଏହି ପ୍ରସଙ୍ଗ କେତେ ପ୍ରଭାବିତ କରିବ ତାହା ସମୟ ହିଁ କହିବ । ବ୍ରହ୍ମପୁର ରାଜନୀତି ବର୍ତ୍ତମାନ ସକ୍ରିୟ ଥିଲାବେଳେ ଏହାରି ଭିତରେ ଏପରି ଖବର ପ୍ରଦୀପ ପାଣିଗ୍ରହୀ ଚିନ୍ତା ବଢାଇବା ସ୍ବଭାବିକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.