ETV Bharat / state

ବର୍ଷା ଅନୁଭବ ପାରିବାରିକ ବିବାଦ, ମଙ୍ଗଳବାର ବି ସରିପାରିଲାନି ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା

author img

By

Published : Dec 21, 2022, 8:57 AM IST

ଆଜି ବି ସରିଲାନି ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା
ଆଜି ବି ସରିଲାନି ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା

ଷ୍ଟାର ଦମ୍ପତି ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା (Varsha Anubhav Marital Discord) । ଗତକାଲି ବି ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ସାକ୍ଷ୍ୟଗ୍ରହଣ । ଅଧିକ ପଢ଼ନ୍ତୁ

ବର୍ଷାଙ୍କ ଓକିଲ ସୂଚନା ଦେଉଛନ୍ତି

କଟକ: ପାରିବାରିକ ଅଦାଲତରେ ଷ୍ଟାର ଦମ୍ପତି ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା (Varsha Anubhav Marital Discord) । ଗତକାଲି ମଧ୍ୟ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଅସମ୍ପୂର୍ଣ୍ଣ ରହିଲା । ଆଉ ୨ ଥର ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଅନୁଭବଙ୍କ ଓକିଲଙ୍କ ପକ୍ଷରୁ ଇଂରାଜୀ ଭାଷାରେ ଜେରା କରାଯାଉଥିବାବେଳେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବର୍ଷାଙ୍କ ଓକିଲ । ତେବେ କୋର୍ଟ ଏଥିରେ ହସ୍ତକ୍ଷେପ କରି ଓଡ଼ିଆ ଭାଷାରେ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି କହିବା ପରେ ମଙ୍ଗଳବାର ଅପରାହ୍ନ ୩ଟା ବେଳେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା । ତେବେ ସମୟ ଅଭାବରୁ ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିବାରୁ ଅନ୍ୟ ଏକ ତାରିଖରେ ସାକ୍ଷ୍ୟଗ୍ରହଣ କରାଯିବ ବୋଲି ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି ।

ପାରିବାରିକ ବିବାଦ ମାମଲାରେ ସୋମବାର ମଧ୍ୟ ଅଭିନେତ୍ରୀ କୋର୍ଟରେ ହାଜର ହୋଇଥିଲେ । ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା । ତେବେ ଅନୁଭବନଙ୍କ ଓକିଲ ବର୍ଷାଙ୍କୁ ଇଂରାଜୀରେ ପ୍ରଶ୍ନ ପଚାରିଥିବା ବେଳେ ସେ ଓଡିଆରେ ଉତ୍ତର ରଖିଥିଲେ । ଏସବୁ ଫଳରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଅଧୁରା ରହିଥିଲା ।

ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ବର୍ଷାଙ୍କୁ ପାରିବାରିକ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ହୋଇଥିଲା । ହେଲେ ବର୍ଷା ହାଜର ହୋଇନଥିଲେ । ଅଭିନେତା ତଥା ସାଂସଦ ଅନୁଭବ ନିର୍ଦ୍ଦେଶ ଅନୁସାରେ ହାଜର ହୋଇଥିଲେ ମଧ୍ୟ ପତ୍ନୀ ବର୍ଷା ହାଜର ହୋଇନଥିବାରୁ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ପାରିନଥିଲା । ନିଜ ପକ୍ଷ ରଖିବାକୁ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା । ଏନେଇ ସେ ସୋମବାର ପାରିବାରିକ କୋର୍ଟରେ ହାଜର ହୋଇଥିଲେ । ତେବେ ତାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରିନଥିବାରୁ ଗତକାଲି ଏହି ପ୍ରକ୍ରିୟା ପାଇଁ ପୁଣିଥରେ ହାଜର ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.