ETV Bharat / state

ଏପ୍ରିଲ ୩୦ ସୁଦ୍ଧା ସରିବ ଜଗମୋହନ-ନାଟ୍ୟମଣ୍ଡପ ମରାମତି କାମ, କୋର୍ଟଙ୍କୁ ଅବଗତ କଲେ ଆମିକସକ୍ୟୁରୀ

author img

By ETV Bharat Odisha Team

Published : Jan 18, 2024, 4:12 PM IST

Orissa High court
Orissa High court

Jagamohan Nata mandap repair work: ଶ୍ରୀମନ୍ଦିର ଜଗମୋହନ ଓ ନାଟ୍ୟମଣ୍ଡପ ମରାମତି କାମ । ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ କୋର୍ଟଙ୍କୁ ଅବଗତ କଲେ ଆମିକସକ୍ୟୁରୀ । ଅଧିକ ପଢନ୍ତୁ

କଟକ: ଶ୍ରୀମନ୍ଦିର ନାଟ୍ୟମଣ୍ଡପ ଓ ଜଗମୋହନ ମରାମତି ପ୍ରସଙ୍ଗ । ଗତ ଜାନୁଆରୀ ୧୦ ତାରିଖରେ ବିମ ଡିଜାଇନ ଫାଇନାଲ କରାଯାଇଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସକ୍ୟୁରୀ ଇଂ ଏନ.କେ ମହାନ୍ତି । ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ କୋର୍ଟଙ୍କୁ ଆମିକସକ୍ୟୁରୀ ଅବଗତ କରାଇଛନ୍ତି । ଏନେଇ ଆସନ୍ତା ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଗତ ଶୁଣାଣିରେ ଏହି ମାମଲାର ଶୁଣାଣି କରି ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ କରିବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୧୭ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ନାଟମଣ୍ଡପ, ରତ୍ନଭଣ୍ଡାର ମରାମତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଭିଷେକ ଦାସ ଓ ଦିଲ୍ଲୀପ ମହାପାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଜଗମୋହନ ଓ ନାଟ୍ୟ ମଣ୍ଡପର ମରାମତି ବିଳମ୍ବକୁ ନେଇ ପୂର୍ବ ଶୁଣାଣିରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ ।

ଏହା ବି ପଢନ୍ତୁ- Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କାହିଁକି ଏହାର ମରାମତି ବିଳମ୍ବିତ କରାଯାଉଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ ଏଏସଆଇ ଉପରେ ବିରକ୍ତି ପ୍ରକାଶ କରିଥିଲେ । କାହିଁକି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ସେ ନେଇ ମଧ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ଜଗମୋହନ ଏବଂ ନାଟ୍ୟମଣ୍ଡପ ମରାମତି ମାମଲାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଥିଲେ ହାଇକୋର୍ଟ । ତେବେ 2017 ମସିହାରୁ ଆଜି ପର୍ଯ୍ୟନ୍ତ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- Jagannath Temple Issue: ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବ, ଅସନ୍ତୋଷ ପ୍ରକାଶ କଲେ କୋର୍ଟ

ସୂଚନା ଥାଉ କି ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ର ସେକ୍ସନ ୯ ଅନୁସାରେ ପ୍ରତି ୩ ବର୍ଷରେ ଥରେ କମିଟି ଗଠନ ହେବା କଥା । ଏହି ଆଇନ ଅନୁଯାୟୀ ସେହି କମିଟିର ପୁନର୍ଗଠନ କରିବା କଥା । ୧୮ ଜଣିଆ ଏହି କମିଟିରେ ଗଜପତି ମହାରାଜା ଅଧ୍ୟକ୍ଷ ଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରହିବା ନିୟମ ରହିଛି । ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ରୁଲ ୧୯୬୦ର ରୁଲ ୫ ଅନୁସାରେ ଗଠନ ବା ପୁନର୍ଗଠନ ହୋଇଥିବା କମିଟି, ମନ୍ଦିର ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଯାଞ୍ଚ କରି ତାକୁ ନିଜ ଦଖଲକୁ ନେବା କଥା । ମାତ୍ର ୧୯୭୮ ମସିହା ପରଠାରୁ ଆଉ ରତ୍ନଭଣ୍ଡାର ଖୋଲା ଯାଇନାହିଁ କି ରତ୍ନ ଅଳଙ୍କାରର କୌଣସି ଯାଞ୍ଚ କରାଯାଇନାହିଁ । ତେବେ ରତ୍ନଭଣ୍ଡାର କେତେ ସୁରକ୍ଷିତ ଅଛି କି ନାହିଁ ସେ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.