ETV Bharat / state

ଏସଆଇଟିର ବୈଠକ: ନିର୍ବାଚନ ସମୟରେ ବନ୍ଦ ହେବ କି କଳାଧନ କାରବାର ?

author img

By

Published : Mar 7, 2020, 10:46 AM IST

Updated : Mar 7, 2020, 8:20 PM IST

ଫାଇଲ ଫଟୋଏସଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ: ନିର୍ବାଚନ ସମୟରେ ବନ୍ଦ ହେବ କି କଳାଧନ କାରବାର !
ଫାଇଲ ଫଟୋଏସଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ: ନିର୍ବାଚନ ସମୟରେ ବନ୍ଦ ହେବ କି କଳାଧନ କାରବାର !

ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ବାସଭବନରେ ବସିଲା ଦେଶର କଳାଧନ କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଦଶମ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

କଟକ: ଦେଶରେ କଳାଧନର କାରବାର ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ହୋଇଥିବା ଏସଆଇଟିର ଦଶମ ବୈଠକ କଟକରେ ଅନୁଷ୍ଠିତ ହୋଇଯାଇଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ବାସଭବନରେ ଏହି ବୈଠକ ବସିଥିବା ବେଳେ ଏଥିରେ ଯୋଗଦେଇଥିଲେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ।

ଏସଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ: ନିର୍ବାଚନ ସମୟରେ ବନ୍ଦ ହେବ କି କଳାଧନ କାରବାର !

ନିର୍ବାଚନ ସମୟରେ କଳାଧନର କାରବାର ଉପରେ ରୋକ ଲାଗାଇବାକୁ ଆରମ୍ଭ ହେଲା ପ୍ରୟାସ । ଗତ ସାଧାରଣ ନିର୍ବାଚନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ବିପୁଳ ପରିମାଣର ଟଙ୍କା, ନିଶା ଦ୍ରବ୍ୟ ଓ ସୁନା ଅଳଙ୍କାର ଇତ୍ୟାଦି ଜବତ କରାଯାଇଥିଲା । ସେସବୁର ତଥ୍ୟ ଏସଆଇଟି ନିକଟରେ ଦାଖଲ କରିଛନ୍ତି ବିଭିନ୍ନ ବିଭାଗ । ଏହା ସହ ସେହି ମାମଲା ଗୁଡିକରେ ବର୍ତ୍ତମାନ କଣ ସ୍ଥିତି ରହିଛି ତାହା ଜାଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ଏହା ବ୍ୟତିତ ରାଜ୍ୟ ତଥା ଦେଶ ବିଦେଶର ଗଚ୍ଛିତ କଳାଧନ, ନିର୍ବାଚନ କଳାଧନ ସଂକ୍ରାନ୍ତ, ବେଆଇନ ଖଣି କାରବାର, ମାଫିଆ, ଡନ, ଧାର୍ମିକ ଗୁରୁଙ୍କ କଳାଧନ କାରବାର ବିଭିନ୍ନ କାରବାରରେ ଚିଟଫଣ୍ଡ ଟଙ୍କାର ବିନିଯୋଗ, ରିଅଲ ଇଷ୍ଟେଟ, ସହ ବିଭିନ୍ନ ବ୍ୟାଙ୍କରେ ଜମାଥିବା କଳାଟଙ୍କା ଉପରେ ଆଲୋଚନା କରାଯାଇଛି ।

ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ରାଜସ୍ବ ଗୁଇନ୍ଦା, କେନ୍ଦ୍ରୀୟ ଅବକାରୀ ଓ କଷ୍ଟମ, ଏସବିଆଇ, ଆୟକର ବିଭାଗ, ରାଜ୍ୟ ପୋଲିସ ବିଭାଗ, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ , ଖଣି ବିଭାଗ, ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Mar 7, 2020, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.