ETV Bharat / state

ସଫେଇ କର୍ମଚାରୀ କୁନି ନାୟକକୁ ସହାୟତା ଦାବିରେ CMC ଘେରିଲା ସଫେଇ ମହାସଙ୍ଘ

author img

By

Published : Dec 15, 2022, 12:03 PM IST

ସଫେଇ କର୍ମଚାରୀ କୁନି ନାୟକ ପାଇଁ ସିଏମସି ଘେରିଲା ସଫେଇ ମହାସଙ୍ଘ
ସଫେଇ କର୍ମଚାରୀ କୁନି ନାୟକ ପାଇଁ ସିଏମସି ଘେରିଲା ସଫେଇ ମହାସଙ୍ଘ

ସଫେଇ କର୍ମଚାରୀ କୁନି ନାୟକଙ୍କୁ ନ୍ୟାୟ ଦାବିରେ ସିଏମସି ଆଗରେ ନ୍ୟାୟ ମାଗିଲା ସଫେଇ କର୍ମଚାରୀ ମହାସଂଘ । ଅଧିକ ପଢନ୍ତୁ

ସଫେଇ କର୍ମଚାରୀ କୁନି ନାୟକ ପାଇଁ ସିଏମସି ଘେରିଲା ସଫେଇ ମହାସଙ୍ଘ

କଟକ: ସଫେଇ କର୍ମଚାରୀ କୁନି ନାୟକଙ୍କୁ ନ୍ୟାୟ ଦାବିରେ ସିଏମସି ଆଗରେ ନ୍ୟାୟ ମାଗିଲା ସଫେଇ କର୍ମଚାରୀ ମହାସଂଘ । ସିଏମସି ପାଇଁ କାର୍ଯ୍ୟ କରିବା ସମୟରେ ଦୁର୍ଘଟଣା ଘଟିଥିବାରୁ ସିଏମସି ଆଗରେ ଧାରଣା ଦେଇଛନ୍ତି ସଫେଇ କର୍ମଚାରୀ ।

ତେବେ ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସରେ ସିଏମସିର ଏକ ଠିକା ସଂସ୍ଥା ପକ୍ଷରୁ ବିଡାନାସି ଅଞ୍ଚଳରେ ସଫେଇ କାର୍ଯ୍ୟ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଯାହା ଫଳରେ ତାଙ୍କର ଅଣ୍ଟା ଭାଙ୍ଗି ଯାଇଥିଲା । ତେବେ ଏହି ଘଟଣା ଘଟିବା ପରେ ଠିକା ସଂସ୍ଥାର ଅଧିକାରୀ ଓ ସିଏମସି କାର୍ଯ୍ୟାଳୟ ବାରମ୍ବାର ଆସିବା ସତ୍ତ୍ବେ ମଧ୍ୟ ଆର୍ଥିକ ସହାୟତା ମିଳି ନଥିଲା ।

ଅନ୍ୟପଟେ ସିଏମସି ପାଇଁ କାର୍ଯ୍ୟ କରିବା ସମୟରେ ଏହି ଘଟଣା ଘଟିଥିବାରୁ ସିଏମସି ଆଗରେ ଧାରଣା ଦେଇଛନ୍ତି ସଫେଇ କର୍ମଚାରୀ । ଯଦି କୁନିକୁ ନ୍ୟାୟ ନ ମିଳେ ତେବେ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ସେହିପରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛି କଟକ ମହନଗର ନିଗମ । ଏହି ଘଟଣା ପାଇଁ କୁନିକୁ 30 ହଜାର ଆର୍ଥିକ ସହାୟତା ଦିଆଯିବା ନେଇ କହିଛନ୍ତି ସିଏମସି କମିଶନର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.