ETV Bharat / state

ଦିନରେ ଅନ୍ଧାର ହୋଇଗଲା ଏସିବି, ରୋଗୀ ହନ୍ତସନ୍ତ

author img

By ETV Bharat Odisha Team

Published : Oct 1, 2023, 4:01 PM IST

Updated : Oct 1, 2023, 4:13 PM IST

power blackout in SCB medical
power blackout in SCB medical

ଦିନରେ ଅନ୍ଧାର ହୋଇଗଲା ରାଜ୍ୟର ବଡ଼ ମେଡିକାଲ ଏସିବି । ରୋଗୀ ହନ୍ତସନ୍ତ ପରେ ସରକାର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ସ୍ଥାନୀୟ କର୍ପୋରେଟର । ଅଧିକ ପଢନ୍ତୁ

ଦିନରେ ଅନ୍ଧାର ହୋଇଗଲା ଏସିବି, ରୋଗୀ ହନ୍ତସନ୍ତ

କଟକ: ଦିନରେ ଅନ୍ଧକାର ହୋଇଗଲା ଏସସିବି । ଗତକାଲି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସକାଳ 8.30 ଟାରୁ ବିଭିନ୍ନ ବିଭାଗରେ କିଛି ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଯାହା ଫଳରେ ଅନେକ ରୋଗୀ ଓ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ମେଡିକାଲର ବିଭିନ୍ନ ବିଭାଗ ଯେପିରିକି ମେଡିସିନ ବିଭାଗ, ସ୍ପାଇନାଲ ଇଞ୍ଜୁରୀ, ପୋଷ୍ଟମଟମ ରୁମ୍ ଆଦି ସ୍ଥାନରେ ଦୀର୍ଘ କିଛି ଘଣ୍ଟା ଧରି ବିଦ୍ୟୁତ୍‌ କଟି ଯାଇଥିଲା । ଓଭର ଲୋଡିଂ ଯୋଗୁଁ ଏଭଳି ଘଟିଥିବା ସୂଚନା ମିଳିଥିଲା । ତେବେ ଏନେଇ ଆଜି ସ୍ଥାନୀୟ କର୍ପୋରେଟର ଓ ରୋଗୀଙ୍କ ସମ୍ପର୍କୀୟ ରଖିଛନ୍ତି ପ୍ରତିକ୍ରିୟା । ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, "ଗତକାଲି ସକାଳ 8.30ରୁ ଲାଇନ ହଠାତ୍‌ କଟିଯାଇଥିଲା । ଏହାପରେ ଲାଇନ ଆଉ ଆସିନଥିଲା । ଯାହାକୁ ନେଇ ମେଡିକାଲରେ ଥିବା ରୋଗୀ ଓ ସମ୍ପର୍କୀୟ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ । ତେବେ ଏହି ଦିଗରେ ଶୀଘ୍ର ଧ୍ୟାନ ଦିଅନ୍ତୁ ସରକାର ।"

ଏହି ବି ପଢନ୍ତୁ- କାମ ଦେଲାନି ECMO ଚିକିତ୍ସା, SCBରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

ଅନ୍ୟପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ସ୍ଥାନୀୟ କର୍ପୋରେଟର । ସେ କହିଛନ୍ତି, "ଏସିବି ବର୍ତ୍ତମାନ ଏମ୍ସ ପ୍ଲସ ଭଳି ନିର୍ମାଣ ହେଉଛି । କିନ୍ତୁ ଯେଉଁ ଘଟଣା କାଲି ଘଟିଲା ତାହାକୁ କେବେ ବି ଗ୍ରହଣ କରାଯିବନାହିଁ । କାହିଁକି କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ରୋଗୀମାନେ କଟକ ବଡ଼ ମେଡିକାଲ ଆସୁଛନ୍ତି କେବଳ ଟିକିଏ ଭଲ ଚିକିତ୍ସା ପାଇଁ । ହେଲେ ଏଠାରେ ଏଭଳି ବ୍ୟବସ୍ଥା ଯାହା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଏହି ବଡ଼ ଅଘଟଣ ପାଇଁ ଏସିବି କର୍ତ୍ତୃପକ୍ଷ ଦାୟୀ । "

ଏହି ବି ପଢନ୍ତୁ- SCBରେ ଲୁଟେରା ରାଜ, 6 ମାସ ଧରାପଡିଲେଣି ଅନେକ ଦଲାଲ

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୋଗୀ ତ ହଇରାଣ ହେଲେ ହେଲେ ଯେଉଁଟି ମୃତଦେହ ରୁହେ, ସେଠାରେ ମଧ୍ୟ ବିଦ୍ୟୁତ କାଟ ହେବା ଏକ ସଙ୍ଗୀନ ବିଷୟ । ଫ୍ରିଜର କାମ ନକଲେ ମୃତଦେହ ରହିବ କେମିତି ବୋଲି ସ୍ଥାନୀୟ କର୍ପୋରେଟର ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣା ନେଇ ଏସିବି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଏହି ଦିଗରେ ଶୀଘ୍ର ପଦକ୍ଷେପ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, କଟକ

Last Updated :Oct 1, 2023, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.