ETV Bharat / state

Anubhav-Varsha marital discord: ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଚାଲିବ

author img

By

Published : Feb 8, 2023, 7:24 AM IST

ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନୀଙ୍କ ପାରିବାରିକ ମାମଲା
ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନୀଙ୍କ ପାରିବାରିକ ମାମଲା

ସାଂସଦ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା । କଟକ ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଚାଲିବ କହିଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ଉପରେ ହାଇକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କଟକ ପରିବାର ଅଦାଲତରେ ଉଭୟଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଚାଲିବ । ଅର୍ଥାତ ପରିବାର ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପ‌ରେ କୌଣସି ପ୍ରକାର ରହିତାଦେଶ ଜାରି କରାଯାଇନାହିଁ । ତେଣୁ ଏହି ମାମଲାର ଶୁଣାଣିରେ ଅଗ୍ରଗତି ହୋଇପାରିବ ବୋଲି ହାଇକୋର୍ଟ କହିଛନ୍ତି ।

ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅନୁଭବ ମହାନ୍ତିଙ୍କ ଆବେଦନର ଶୁଣାଣି ସମୟରେ ଜଣା ପଡିଥିଲା ଯେ ୨୦୨୩, ଜାନୁଆରୀ ୧୩ର ଅନ୍ତରୀଣ ନିର୍ଦ୍ଦେଶ ପରେ ପରିବାର ଅଦାଲତ ମାମଲାର ଶୁଣାଣି ଆଗକୁ ବଢିପାରିବ ବା ନାହିଁ ସେନେଇ ସ୍ଥିତି ସ୍ପଷ୍ଟ ହେଉ ନାହିଁ । ୨୦୨୨, ଜାନୁଆରୀ ୧୩ରେ ପରିବାର ଅଦାଲତଙ୍କ ୨୦୨୨, ନଭେମ୍ବର ୩ ଓ ଡିସେମ୍ବର ୨୦‌ର ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । କିନ୍ତୁ ନିମ୍ନ ଅଦାଲତ ମାମଲା ଶୁଣାଣି ଉପରେ କୌଣସି ପ୍ରକାର ରହିତାଦେଶ ଜାରି କରାଯାଇ ନଥିଲା । ଏହାପରେ ହାଇକୋର୍ଟ ନିମ୍ନ ଅଦାଲତରେ ଶୁଣାଣି ଆଗକୁ ଚାଲିପାରିବ ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ: ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ, ILVS ହସ୍ପିଟାଲରେ ହେବ ଚିକିତ୍ସା

ମାମଲାର ବିବରଣୀରୁ ପ୍ରକାଶ ଯେ, ସାକ୍ଷ୍ୟ ଗ୍ରହଣ ସମୟରେ ଉଭୟ ପକ୍ଷର ସର୍ବାଧିକ ଦୁଇ ଜଣ ଆଇନଜୀବୀ ଅଦାଲତରେ ଉପସ୍ଥିତ ରହି ପାରିବେ ବୋଲି ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏପରି ନିର୍ଦ୍ଦେଶକୁ ବିରୋଧ କରି ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏଭଳି ନିର୍ଦ୍ଦେଶ ବେଆଇନ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା । ଜାନୁଆରୀ ୧୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ବର୍ଷାଙ୍କୁ ନୋଟିସ୍ ଜାରି କରିବା ସହିତ ପରିବାର ଅଦାଲତଙ୍କ ୨୦୨୨, ନଭେମ୍ବର ୩ ଓ ଡିସେମ୍ବର ୨୦‌ର ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.